Categories: ଜାତୀୟ

ଗାନ୍ଧୀ ପରିବାରକୁ ସମାଲୋଚନା କରିବାରୁ କଂଗ୍ରେସ ନେତାଙ୍କ ଘର ଉପରେ ଟମାଟର ମାଡ଼

ନୂଆଦିଲ୍ଲୀ,୨୯।୯: ଜି-୨୩ ଗ୍ରୁପ୍‌, ଜି ହଜୁର-୨୩ ନୁହେଁ। ଏଭଳି ମନ୍ତବ୍ୟ ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ। ଏହାପରେ ଦଳୀୟକର୍ମୀମାନେ ସିବଲଙ୍କ ଘର ଉପରେ ଟମାଟର ମାଡ଼ କରିବା ସହ କାର ଭାଙ୍ଗାରୁଜା କରିଛନ୍ତି। ଯୁବ କଂଗ୍ରେସକର୍ମୀମାନେ ‘ଦଳ ଛାଡ଼ି ଚାଲିଯାଅ’ ଓ ‘ରାହୁଲ ଗାନ୍ଧୀ ଜିନ୍ଦାବାଦ୍‌’ ଭଳି ସ୍ଲୋଗାନ ଦେଇଥିଲେ।

ସିବଲ ଏକ ଖବରଦାତା ସମ୍ମିଳନୀରେ ପଞ୍ଜାବରେ ଦେଖାଦେଇଥିବା କଂଗ୍ରେସ ସଙ୍କଟ ଉପରେ ପ୍ରଶ୍ନ ଉଠାଇଥିଲେ। କଂଗ୍ରେସରେ ଏବେ କୌଣସି ନିର୍ବାଚିତ ସଭାପତି ନାହାନ୍ତି। କିଏ ନିଷ୍ପତ୍ତି ନେଉଛି। ଦଳର ସମସ୍ତ ନିଷ୍ପତ୍ତି ଏବେ କିଏ ନେଉଛି ଆମକୁ ଜଣାନାହିଁ। ଆମେ ହେଲୁ ଜି-୨୩। ନିଶ୍ଚିତ ଭାବେ ଏହା ଜି ହୁଜୁର ୨୩ ନୁହେଁ। ଆମେ ସମସ୍ୟାକୁ ଗୁରୁତ୍ୱ ଦେବୁ। ତେବେ ଆକ୍ରମଣ ପରେ ସିବଲ କହିଛନ୍ତି, ମୁଁ ଏଭଳି ଡ୍ରାମାରେ ଡରିଯିବି ନାହିଁ। ମୁଁ ଯାହା କହିଛି ସେଥିରେ ଏକମତ ଅଛି।

Share