କାର ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ୫ ବର୍ଷ ତଳେ ଉକ୍ତ ସ୍ଥାନରେ ହୋଇଥିଲା ବିସ୍ଫୋରଣ

ମୋଗାଡିଶୁ(ସୋମାଲିଆ),୩୦।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୦୦ ଟପିଛି। ପାଞ୍ଚବର୍ଷ ତଳେ ଏହି ସ୍ଥାନରେ ଏକ ଟ୍ରକ୍‌ ବିସ୍ଫୋରଣରେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଏପରି କି ବିସ୍ଫୋରଣରେ ୩ ଶହ ଲୋକ ଆହତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ହାସନ ଶେଖ୍‌ ମହମ୍ମଦ କହିଛନ୍ତି। ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଚାଲିଥିବା ସେ ସୂଚନା ଦେଇଛନ୍ତି। ଅଲ୍‌-କାଏଦା ସହ ସମ୍ପୃକ୍ତ ଆତଙ୍କବାଦୀ ଗୋଷ୍ଠୀ ଅଲ୍‌-ଶବାବ୍‌ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

Share