Categories: ଜାତୀୟ

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୧୫ ଜଣ ହରାଇଲେ ଦୃଷ୍ଟିଶକ୍ତି

ମୁଜାଫାରପୁର,୨।୧୨: ଉତ୍ତର ବିହାର ଏହି ଜିଲାରେ ଏକ ହସ୍ପିଟାଲ ଦ୍ୱାରା ଆୟୋଜିତ ମାଗଣା କ୍ୟାମ୍ପରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିବା ଅତିକମ୍‌ରେ ୧୫ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି।

ମୁଜାଫାରପୁର ସିଭିଲ ସର୍ଜନ ବିନୟ କୁମାର ଶର୍ମା କହିଛନ୍ତି, ମୁଜାଫାରପୁର ଆଇ ହସ୍ପିଟାଲ ଜଡ଼ିତ ଥିବା ମାମଲାର ତଦନ୍ତ କରିବା ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ଉକ୍ତ କ୍ୟାମ୍ପରେ ଅସ୍ତ୍ରୋପଚାର କରାଯାଇଥିବା ପ୍ରତ୍ୟେକ ରୋଗୀଙ୍କ ତଥ୍ୟ ଦେବା ପାଇଁ ହସ୍ପିଟାଲ ମ୍ୟାନେଜମେଣ୍ଟକୁ ମୁଁ ନିର୍ଦ୍ଦେଶ ଦେଇଛି। ଅସ୍ତ୍ରୋପଚାର ପରେ ଅତିକମ୍‌ରେ ୧୫ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିବା ନେଇ ଅଭିଯୋଗ ଆସିଥିବା ସେ କହିଛନ୍ତି।

ମୁଜାଫାରପୁର ଆଇ ହସ୍ପିଟାଲର ମ୍ୟାନେଜିଂ କମିଟିର ଜଣେ ସଦସ୍ୟ ନାମ ନ କହିବା ସର୍ତ୍ତରେ କହିଛନ୍ତି, ନଭେମ୍ବର ୨୨ ତାରିଖରେ କରାଯାଇଥିବା କ୍ୟାମ୍ପରେ ୬୫ ଜଣଙ୍କ ଅପରେଶନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଇନଫେକଶନ କାରଣରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ଜଣେ ଦକ୍ଷ ସର୍ଜନ ଅସ୍ତ୍ରୋପଚାର କରିଥିଲେ।

Share