ସୁଧୁରୁନି ରୁଷିଆ! ୟୁକ୍ରେନ୍‌ର ସହର ଉପରେ ରକେଟ ଦ୍ୱାରା ଆକ୍ରମଣ, ୧୬ ମୃତ

କିଭ୍‌,୬।୯: ସୁଧୁରୁନି ରୁଷିଆ। ୟୁକ୍ରେନ୍‌ ଉପରେ ଲଗାତାର ଭାବେ ଆକ୍ରମଣ କରିଚାଲିଛି ଏହି ଦେଶ। ବୁଧବାର ୟୁକ୍ରେନ୍‌ର ଏକ ସହର ଉପରେ ରକେଟ୍‌ ଦ୍ୱାରା ରୁଷିଆ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ୧୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଆହତ ହୋଇଛନ୍ତି। ସେହିଭଳି ୨୦ ଦୋକାନ, ବିଦ୍ୟୁତ ଖୁଣ୍ଟ, ପ୍ରଶାସନିକ ଭବନ ଇତ୍ୟାଦି କ୍ଷତିଗ୍ରସ୍ତ ହୋଇଛି। ତେବେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟନି ଲିଙ୍କନ୍‌ କିଭ୍‌ ୟୁକ୍ରେନକୁ ସମର୍ଥନ କରିବାକୁ କିଭ୍‌ ଗସ୍ତ କରିଥିବା ବେଳେ ରୁଷିଆ ଏଭଳି ଆକ୍ରମଣ କରିଥିବା କୁହାଯାଉଛି।

Share