ବଲୋଚିସ୍ତାନରେ ପ୍ରବଳ ବର୍ଷା, ବନ୍ୟାରେ ୨୫ ଲୋଙ୍କ ମୃତ୍ୟୁ, କ୍ୱେଟାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା

କରାଚି,୭ ।୭: ପାକିସ୍ତାନର ବଲୋଚିସ୍ତାନ ଅଞ୍ଚଳରେ ବୁଧବାର ହୋଇଥିବା ମୁସଳଧାରା ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ଗୋଟିଏ ପରିବାରର ୬ ମହିଳାଙ୍କ ସମେତ ଅତିକମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାପରେ କ୍ୱେଟା ଜିଲାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି ।
ବିପର୍ଯ୍ୟୟ ପରିଚାଳନା ପ୍ରବନ୍ଧନ ପ୍ରାଧିକରଣର ମହାନିର୍ଦ୍ଦେଶକ ନସିର ଅହମ୍ମଦ ନସର କହିଛନ୍ତି, ସମସ୍ତ ମୃତ୍ୟୁ ବଲୋଚିସ୍ତାନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ହୋଇଛି । ପ୍ରବଳ ବର୍ଷା ଫଳରେ ଅଧିକାଂଶ ଲୋକ ଆହତ ହୋଇଥିବା କୁହାଯାଉଛି । ବଲୋଚିସ୍ତାନରେ କେତେକ ଲୋକ ନିଖୋଜ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

କ୍ୱେଟା ଜିଲାରେ ୩୦୦ରୁ ଅଧିକ ମାଟିଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ମାଟି ଘର ଭୁଷୁଡିବା ଫଳରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ବ୍ୟତୀତ ହସ୍ପିଟାଲ ପହଞ୍ଚିବାରେ ଅସୁବିଧା ହେଉଥିବାରୁ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । କ୍ୱେଟା ବାହାରେ ଘର ଭୁଷୁଡିବା ଫଳରେ ୩ ମହିଳାଙ୍କ ସମେତ ୪ ଶିଶୁଙ୍କର ବି ମୃତ୍ୟୁ ହୋଇଛି । ବଲୋଚିସ୍ତାନ ସରକାର କ୍ୱେଟା ଜିଲାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ।

Share