Categories: ଜାତୀୟ

ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ରୀ ଅସୁସ୍ଥ

ହାଇଦ୍ରାବାଦ,୨୩।୨: ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଏଭଳି ଘଟଣା ଆନ୍ଧ୍ରର ଚିତ୍ତୋର ଜିଲାର କୁପ୍ପମ୍‌ ପୌରପାଳିକାର ଆକ୍କା ମହାଦେବୀ ହଷ୍ଟେଲରେ ଘଟିଛି। ତେବେ ଚିକିତ୍ସା ପାଇଁ ପ୍ରାୟ ୩୦ ଜଣ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅସୁସ୍ଥ ଛାତ୍ରୀମାନଙ୍କୁ ଉପଯୁକ୍ତ ତଥା ପର୍ଯ୍ୟାପ୍ତ ଚିକିତ୍ସା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ତଥା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଜିଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି।

Share