ଗାଜା ହସ୍ପିଟାଲରୁ ୩୦ ଶିଶୁଙ୍କୁ ଇଜିପ୍ଟ କରାଗଲା ସ୍ଥାନାନ୍ତର

ଖାନ୍‌ ୟୁନିସ୍‌,୨୦ା୧୧: ଗାଜାର ମୁଖ୍ୟ ହସ୍ପିଟାଲରୁ ୩୦ଜଣ ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କୁ ରବିବାର ଖାଲି କରାଯାଇଛି। ସେମାନଙ୍କୁ ଇଜିପ୍ଟର ଏକ ହସ୍ପିଟାଲକୁ ପଠାଯିବ ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ହସ୍ପିଟାଲ ପରିସରରେ ଇସ୍ରାଏଲୀ ସେନା ପ୍ରବେଶ କରିବା ପରେ ସେଠାରେ ବହୁସଂଖ୍ୟାରେ ଗୁରୁତର ଆହତ ରୋଗୀ ଅଟକି ରହିଛନ୍ତି। ଏପରିକି ହସ୍ପିଟାଲରେ ନବଜାତ ଶିଶୁଙ୍କୁ ଅତି ଦୟନୀୟ ସ୍ଥିତିରେ ରଖାଯାଇଥିବାର ଫଟୋ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ବିଦ୍ୟୁତ୍‌ ଯୋଗାଣ ବନ୍ଦ ଯୋଗୁ ସେଠାରେ ଇନ୍‌କ୍ୟୁବେଟର ଅଚଳ ଥିବାରୁ ଶିଶୁମାନଙ୍କୁ କପଡ଼ା ଓ ଜରି ଗୁଡ଼ାଇ ପାଖାପାଖି ଶୁଆଇ ରଖାଯାଇଥିଲା।

ଏପରିକି ଗୁରୁତର ଅବସ୍ଥାରେ ୩୨ ଶିଶୁଙ୍କ ସମେତ ୨୯୧ ଜଣ ରୋଗୀ ଏବେବି ସେଠାରେ ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ଟିମ୍‌ କହିଛି। ଉକ୍ତ ରୋଗୀମାନେ ବାହାରିଯିବା ସ୍ଥିତିରେ ନାହାନ୍ତି।

Share