ହାଇଆଲର୍ଟରେ କାବୁଲ ବିମାନ ବନ୍ଦର: ୪୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରଠାରେ ଗୁରୁବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଆମେରିକାର ୪ ମେରାଇନ ଯବାନ ଅଛନ୍ତି।

ବିସ୍ଫୋରଣ ପରେ ବିମାନ ବନ୍ଦରର ସମସ୍ତ ଫାଟକ ବନ୍ଦ କରି ଦିଆଯାଇଛି। ଆମେରିକା ସେନାର ସୁରକ୍ଷାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଏବେ ଠପ ପଡ଼ିଯାଇଛି। ପୂର୍ବରୁ କାବୁଲ ବିମାନ ବନ୍ଦରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଥିଲା। ଏଥି ସହିତ ବିଭିନ୍ନ ଦେଶ ପକ୍ଷରୁ ସେମାନଙ୍କ ନାଗରିକଙ୍କୁ ବିମାନ ବନ୍ଦର ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଏଭଳି ଚେତାବନୀର କିଛି ଘଣ୍ଟା ପରେ ବିମାନ ବନ୍ଦର ନିକଟରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା।

Share