Categories: ଜାତୀୟ

ଦୁର୍ଘଟଣାରେ ଗଲା ସୁଶାନ୍ତଙ୍କ ପରିବାରର ୫ ଜୀବନ

ପାଟଣା,୧୬।୧୧: ଏକ ସଡ଼କ ଦୁର୍ଘଟଣାରେ ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ଲଖିସାରାଇ ଜିଲାରେ ୩୩୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏଲ୍‌ପିଜି ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ ସହ ମୁହଁାମୁହିଁ ଧକ୍କା ହୋଇଥିଲା ଏକ ଏସ୍‌ୟୁଭି। ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୫ ଜଣ ସୁଶାନ୍ତଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ରିପୋର୍ଟ ମୁତାବକ, ହରିୟାଣାର ବରିଷ୍ଠ ପୋଲିସ ଅଧିକାରୀ ଓ ପି ସିଂଙ୍କ ଭଉଣୀ ଗୀତା ଦେବୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଓ ପି ସିଂ ହେଉଛନ୍ତି ସୁଶାନ୍ତଙ୍କ ଭିଣେଇ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଜୁନ ୧୪ ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା ୩୪ ବର୍ଷୀୟ ବଲିଉଡ୍‌ ଅଭିନେତାଙ୍କ ମୃତଦେହ।

Share