Categories: ଜାତୀୟ

ଦୁର୍ଘଟଣାରେ ଚାଲିଗଲା ୭ ଜୀବନ: ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

ଜୟପୁର,୨୦।୮: ରାଜସ୍ଥାନର ପାଲି ଜିଲାର ସୁମେରପୁର ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର-ଟ୍ରକ୍‌ ପରସ୍ପର ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଶିବପୁର ଏବଂ ସୁମେରପୁର ସହରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହତମାନଙ୍କୁ ଶୀଘ୍ର ସୁସ୍ଥ ହେବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟ୍‌ ଜାରି ହୋଇଛି।

Share