ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଦେଇ…

ଦେବଗଡ଼,୧୬।୧୧(ଶଶାଙ୍କ ଶେଖର ଝାଙ୍କର) ହାତୀ ଉପଦ୍ରବକୁ ନେଇ ଉତ୍ତେଜନା। ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ କ୍ଷତିଗ୍ରସ୍ତ ଚାଷୀ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଭେଜିକୁଦର ଗାଁରେ। ଶୁକ୍ରବାର ବିଳମ୍ବିତ ରାତି ଏଭଳି ଘଟଣା ଦେଖାଦେଇଛି । ନୁଆଡିହି ଫରେଷ୍ଟର ଛବିଳ ବେହେରାଙ୍କୁ ଏକ ଗାମୁଛା ସାହାଯ୍ୟରେ ଗଛରେ ବାନ୍ଧି ଦେଇଥିଲେ ଉତ୍ତ୍ୟକ୍ତ ଲୋକ । ଗତ କିଛି ମାସ ହେଲା ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଫଳରେ ଏକର ଏକର ଧାନ ଚାଷ ନଷ୍ଟ ହେଉଥିବା ବେଳେ ଚାଷୀ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ରାତିରେ ୧୦ ଟିକିଆ ହାତୀପଲ ଥିବା ବେଳେ ଚାଷ ଜମିରେ ପଶି ମାଡିଦଳି ନଷ୍ଟ କରୁଥିଲେ । ମାତ୍ର ବନବିଭାଗ ହାତୀ ଘଉଡାଇବାରେ ବିଫଳ ହେବାରୁ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳକୁ ଆସିଥିବା ଫରେଷ୍ଟରଙ୍କୁ ଗଛରେ ବାନ୍ଧି ଲୋକ ପ୍ରତିବାଦ କରିଥିଲେ । ସୂଚନା ପଇ ରିଆମାଳ ରେଞ୍ଜର ଏବଂ ଏସିଏଫ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ଫରେଷ୍ଟରଙ୍କୁ ଉଦ୍ଧାର କରିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼, ୧୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ସମ୍ପନ୍ନ...

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ...

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ: ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ)- ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭...

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର(୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ...

ଖବର ପ୍ରକାଶ ପରେ ମରାମତି ହେଲା ପ୍ରକଳ୍ପ, ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ନଦୀ ପଡାରେ ୧୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର...

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ଲେଙ୍ଗୁମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ପୌର ପରିଷଦର ନୋଟିସ୍ -ଏଥର ଉଚ୍ଛେଦ ହେବ ତ !

ବରଗଡ, ୧୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ମସିହାରୁ ଦାବି...

ପାରଳାଖେମୁଣ୍ଡିରେ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଲେ ବିଧାୟକ

ଗଜପତି,୧୮।୩ି(ଗିରିଧାରୀ ପରିଛା): ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲୁ ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡିଠାରେ ଏକ ମେଡିକାଲ କଲେଜ ଖୋଲିବାକୁ ଦାବି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image