ପଦ୍ମପୁର,୧୭।୭(ଡି.ଏନ୍.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ବଜାରରେ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗିଥିଲେ ମଧ୍ୟ କୌଣସି କାରଣରୁ ଟଙ୍କା ଉଠାଇବାରେ ସଫଳ ହୋଇ ନ ଥିଲେ। ଖବର ପାଇ ସାବରଙ୍ଗ ଥାନାଧିକାରୀ ମନୋରମା ବାରିକ,ଏସ୍ଡିପିଓ ସାର୍ଥକ ରାୟ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।