ପାଣ୍ଡେମିକ୍‌ରେ ସବୁଠୁ ବଡ଼ ଓପନିଂ ପାଇଥିବା ଫିଲ୍ମ ‘ଓ୍ବାଣ୍ଡର ଓମେନ ୧୯୮୪’

ବିଭିନ୍ନ ଷ୍ଟ୍ରିମିଂ ସାଇଟ୍‌ରେ ଉପଲବ୍ଧ ହେବା ସତ୍ତ୍ୱେ ‘ଓ୍ବାଣ୍ଡର ଓମେନ ୧୯୮୪’ କରୋନା ଭାଇରସର ଭୟ ସତ୍ତ୍ୱେ କେବଳ ଖ୍ରୀଷ୍ଟମସ ସପ୍ତାହରେ ୧୬.୭ ନିୟୁତ ଆମେରିକୀୟ ଡଲାର (୧୨୨ କୋଟି ଟଙ୍କା) ଆୟ କରିଛି। ଛୁଟିଦିନରେ ସାଧାରଣ ସିନେମା ହଲ ହାଉସ୍‌ଫୁଲ ରହେ ଓ ଫିଲ୍ମ ଗୁଡ଼ିକ ଅଧିକ ବ୍ୟବସାୟ କରନ୍ତି। କିନ୍ତୁ ଚଳିତ ବର୍ଷ ପାଣ୍ଡେମିକ୍‌ ଯୋଗୁ ପ୍ରାୟତଃ ବନ୍ଦ ରହିଛି ହଲ। ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ, ଉତ୍ତର ଆମେରିକାରେ ଏବେ ମଧ୍ୟ ୩୫ ପ୍ରତିଶତ ସିନେମା ହଲ ଖୋଲା ରହିଛି। ଅନ୍ତର୍ଜାତୀୟ ମାର୍କେଟରେ ଗୋଟିଏ ସପ୍ତାହ ପୂର୍ବରୁ ରିଲିଜ ହୋଇଥିବା ଏହି ଫିଲ୍ମ ଅତିରିକ୍ତ ୧୯.୪ ନିୟୁତ ଡଲାର ଆୟ କରିଛି।

Share