ସ୍କୁଲ୍‌ରେ ମା’ ପଢ଼ିବେ ପାଠ

ଭୁବନେଶ୍ୱର, ୨୫।୯(ଅସମାପିକା ସାହୁ):ରାଜ୍ୟର ସରକାରୀ ପ୍ରାଥମିକ ସ୍କୁଲ ଛାତ୍ରୀଛାତ୍ରଙ୍କ ମା’ମାନେ ପାଠ ପଢ଼ିବେ। ଏଥିପାଇଁ ଗଣଶିକ୍ଷା ବିଭାଗ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଆସନ୍ତା ଅକ୍ଟୋବରରୁ ପ୍ରତି ୨ମାସରେ ଥରେ ସ୍କୁଲରେ ମା’ମାନଙ୍କ ବୈଠକ କରାଯିବ। ସେମାନେ କିଭଳି ନିଜର ପିଲାଙ୍କ ଦକ୍ଷତା ବିକାଶ କରିପାରିବେ ଓ ସରଳ ଭାବେ ମିଶାଣ-ଫେଡ଼ାଣ ସହ ବିଭିନ୍ନ ପ୍ରକାରର ଫୁଲ, ଫଳ, ଋତୁ ଆଦି ସମ୍ପର୍କରେ ଜ୍ଞାନ ଆହରଣ କରି ନିଜ ପିଲାଙ୍କୁ ପାଠପଢ଼ାରେ ଉତ୍ସାହିତ କରିବେ ସେ ସମ୍ପର୍କରେ ପ୍ରଶିକ୍ଷିତ କରାଯିବ। ଶିକ୍ଷାବର୍ଷର ମାର୍ଚ୍ଚ, ଅକ୍ଟୋବର ଓ ଜାନୁୟାରୀରେ ଏହି ବୈଠକ କରାଯିବ ଓ ଏଥିରେ ପ୍ରଥମରୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମା’ମାନେ ହିଁ ଯୋଗଦେବେ। ଯେଭଳି ସମସ୍ତ ମା’ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ସେନେଇ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ସୁନିଶ୍ଚିତ କରିବେ। ଏ ସମ୍ପର୍କରେ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀ ତଥା ଜିଲା ପ୍ରକଳ୍ପ ସଂଯୋଜକଙ୍କୁ କିଛିଦିନ ତଳେ ଚିଠି ଲେଖି ଅବଗତ କରାଇବା ସହ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।
ସ୍କୁଲରେ ଶିକ୍ଷକଙ୍କୁ ତଥା ଘରେ ପିଲାମାନଙ୍କୁ ସହଯୋଗର ହାତ ବଢ଼ାଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ସରକାର ଏହି ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିଶୁର ପ୍ରଥମ ଗୁରୁ ହେଉଛନ୍ତି ମାତାପିତା। ତେଣୁ ପ୍ରତ୍ୟେକ ମାତାପିତା ନିଜ ପିଲାର ଭାଷାଗତ ଓ ଗାଣିତିକ ଦକ୍ଷତା ବୃଦ୍ଧି କରିବା ଦିଗରେ କିଭଳି ସକ୍ଷମ ହୋଇପାରିବେ ତା’ର ଉପାୟ ସରକାର ଜଣାଇବେ। ମା’ମାନଙ୍କ ସହ ବୈଠକ ବେଳେ କ’ଣ ସବୁ ଆଲୋଚନା ହେବ, ମା’ମାନଙ୍କୁ କେଉଁସବୁ ପ୍ରସଙ୍ଗରେ ପ୍ରଶିକ୍ଷିତ କରାଯିବ ତା’ର ଏକ ବିସ୍ତୃତ ତାଲିକା ସରକାରଙ୍କ ପକ୍ଷରୁ ଦିଆଯାଇଛି। ମା’ମାନଙ୍କର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦ୍ୱାରା ଓ ପିଲାମାନଙ୍କ ଦ୍ୱାରା ମା’ମାନଙ୍କୁ ପ୍ରଧାନଶିକ୍ଷକ ସୂଚନା ଦେବେ। ଏପରିକି ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ କରି କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିବାକୁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସନ୍ଦେଶ ମଧ୍ୟ ପ୍ରଦାନ କରାଯାଇଛି। ନିର୍ଦ୍ଧାରିତ ତାରିଖର ଶେଷ ଦୁଇ ପିରିୟଡ୍‌ରେ ଏହି ବୈଠକ ହେବ। ପିଲାମାନଙ୍କୁ ଓ ସ୍କୁଲକୁ ଦିଆଯାଇଥିବା ପୁସ୍ତିକା, ଶିକ୍ଷଣ ସାମଗ୍ରୀଗୁଡ଼ିକୁ ଦେଖାଇବା ସହ ଏହା ପିଲାମାନଙ୍କର କିଭଳି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲରେ ସହାୟକ ହେବ ତାହା ଶିକ୍ଷକମାନେ ମା’ମାନଙ୍କୁ ଜଣାଇବେ। ମା’ମାନେ ପିଲାଙ୍କ ସହିତ ସେମାନଙ୍କର ଅଭିଜ୍ଞତା ବିଷୟରେ ଗୋଟିଏ ବା ଦୁଇ ମିନିଟ୍‌ କହିବାକୁ ସେହି ବୈଠକରେ ଚେଷ୍ଟା କରିବେ। ବୈଠକର ଭିଡିଓ ଓ ଫଟୋ ଉତ୍ତୋଳନ କରି ଏକ ନିର୍ଦ୍ଦିିଷ୍ଟ ଫର୍ମାଟରେ ପଠାଇବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, ପିଲାମାନଙ୍କ ମୌଳିକ ସାକ୍ଷରତା ଓ ଗାଣିତିକ ଜ୍ଞାନ ବୃଦ୍ଧି ଉପରେ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି। ଏହି ଦକ୍ଷତାକୁ ଶିଶୁ ଶ୍ରେଣୀରୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ବୟରେ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ପାଠ ଶେଷ କରିଥିବା ସବୁ ପିଲା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସମସ୍ତ କୌଶଳ ହାସଲ କରିବେ। ଫଳରେ ପରବର୍ତ୍ତୀ ଶ୍ରେଣୀରେ ପାଠ ବୁଝିବାରେ ପିଲାର ଅସୁବିଧା ହେବନି। ମୌଳିକ ସାକ୍ଷରତାରେ ପିଲାଟିଏ ସ୍ପଷ୍ଟ ଭାବେ କଥା କହିବା ସହ ଅକ୍ଷର ଚିହ୍ନି ବିନା ବାଧାରେ ପଢ଼ିପାରିବ, ବୁଝିପାରିବ ଏବଂ ନିଜ କଥା ଓ ବିଚାରକୁ ଲେଖି ପରିପ୍ରକାଶ କରିପାରିବ। ଏନେଇ ଭୁବନେଶ୍ୱରର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ମା’ ରଞ୍ଜିତା ସ୍ବାଇଁ କହିଛନ୍ତି, ସରକାରଙ୍କ ଏହି କାର୍ଯ୍ୟକ୍ରମ ଉଭୟ ପିଲା ଓ ଅଭିଭାବକଙ୍କୁ ବେଶ ସହାୟକ ହେବ। ଏହାଦ୍ୱାରା ପିଲାମାନଙ୍କ ମୌଳିକ ସାକ୍ଷରତା ଓ ଗାଣିତିକି ଜ୍ଞାନ ବୃଦ୍ଧି ପାଇବ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରାୟ ୫୭ହଜାର ସରକାରୀ ପ୍ରାଥମିକ ସ୍କୁଲ ମଧ୍ୟରୁ ପ୍ରାୟ ୩୬,୫୦୦ ସରକାରୀ ପ୍ରାଥମିକ ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ଚଳିତମାସ ୯ ତାରିଖରେ ମା’ମାନଙ୍କ ପ୍ରଥମ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ତାହା ସମ୍ଭବପର ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ପାଣିକୁ ଖସିପଡ଼ିଲା ଟ୍ରକ୍‌ ଡାଲା, ଯିଏ ପାରିଲେ ଯେତେ ବୋହିନେଲେ ଫଳ

ଭଣ୍ଡାରିପୋଖରୀ,୨୪ା୯(ରାଜେନ୍ଦ୍ର ଶତପଥୀ): ଭଣ୍ଡାରିପୋଖରୀ ଥାନା ୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ମଙ୍ଗଳବାର ଏକ ଫଳ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ଥିବା ମହାନ୍ତି...

ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର,୨୫।୯(ଅଭୟ ଦାଶ):ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଏପରିକି ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ...

ଆଜିଠୁ ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୫ା୯(ବନ୍ଦନା ସେଠୀ):ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାର ଓ ଗୁରୁବାର ଜରୁରିକାଳୀନ ରୋଗୀ ସେବାରେ ବାଧା ନ...

ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri