ମାତ୍ର ୧୬ ବର୍ଷ ବୟସରେ ସଲମାନଙ୍କୁ ହୃଦୟ ଦେଇ ବସିଥିଲେ ଏହି ପାକିସ୍ତାନ ଅଭିନେତ୍ରୀ, ବିବାହ ପାଇଁ ଦେଶ ଛାଡି ଆସିଥିଲେ ମୁମ୍ବାଇ

ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି ପୁଣି ଚର୍ଚ୍ଚାରେ ଅଛନ୍ତି। ୧୯୯୧ରେ ସେ ମୁମ୍ବାଇ ବଲିଉଡର ଭେଟେରାନ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ନିଜ ଦେଶରୁ ମୁମ୍ବାଇ ଆସିଥିଲେ। ସୋମି ଅଲିଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲ।ସେ କେବଳ ମୁମ୍ବାଇ ଆସି ସଲମାନ ଖାନଙ୍କ ନିକଟତର ହୋଇ ନ ଥିଲେ ବରଂ ତାଙ୍କ ସହ ଫିଲ୍ମ ମଧ୍ୟ କରିଥିଲେ। ଯଦିଓ ସଲମାନ ଖାନ ଏବଂ ସୋମି ଅଲିଙ୍କ ଫିଲ୍ମ କେବେ ରିଲିଜ ହୋଇ ନ ଥିଲା, କିନ୍ତୁ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। ସୋମି ନିକଟରେ ଏକ ସାକ୍ଷାତକାରରେ, ତାଙ୍କ ବ୍ୟକ୍ତିଗତ ଜୀବନ ବ୍ୟତୀତ, ଚଳଚ୍ଚିତ୍ର କ୍ୟାରିୟର ବିଷୟରେ ବହୁତ କଥା ହୋଇଥିଲେ।ଏହା ବ୍ୟତୀତ ସେ ସଲମାନ ଖାନଙ୍କ ସହ ଥିବା ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ। ଭାରତ ଆସିବା ପରେ ସୋମି ଅଲି କହିଛନ୍ତି, ମୁଁ ୧୬ ବର୍ଷ ବୟସରେ ସଲମାନ ଖାନଙ୍କ ଫିଲ୍ମ ମେନ ପ୍ୟାର କିୟା ଦେଖିଥିଲି ଏବଂ ମୋତେ ଅନୁଭବ ହୋଇଥିଲା ଯେ ମୋତେ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡିବ। ଅଭିନେତ୍ରୀ ଆହୁରି କହିଛନ୍ତି, ମୁଁ ମା’ଙ୍କୁ କହିଥିଲି ଯେ ମୁଁ କାଲି ଭାରତ ଯାଉଛି। ମୁମ୍ବାଇ ଯିବା ପାଇଁ ମା’ଙ୍କ ଆଗରେ ବହୁତ୍‌ ଜିଦ କଲି। ମୁମ୍ବାଇରେ ଆମର ଜଣେ ସମ୍ପର୍କୀୟ ଥିଲେ। ମାତାପିତାଙ୍କୁ ସେମାନଙ୍କୁ ଭେଟିବା ଏବଂ ତାଜମହଲ ଦେଖିବା ପାଇଁ ଏକ ବାହାନା କରି ଭାରତ ଯିବାକୁ ପ୍ରବର୍ତ୍ତାଇଲି। ତା’ପରେ ମୁଁ ପାକିସ୍ତାନରେ କିଛି ଦିନ ରହିବା ପରେ ମୁମ୍ବାଇରେ ପହଞ୍ଚିଲି। ସୋମି ଅଲି କହିଛନ୍ତି ଯେ ମୁମ୍ବାଇ ଆସିବା ପରେ ସେ ଫଟୋଗ୍ରାଫର ଗୌତମ ରାଜଧ୍ୟାକଙ୍କୁ ତାଙ୍କ ପୋର୍ଟଫୋଲିଓ ପ୍ରସ୍ତୁତ କରି ପ୍ରଯୋଜନା ସଂସ୍ଥା ପାଖକୁ ଯିବା ଆରମ୍ଭ କରିଥିଲି। ଏହି ସମୟରେ ସଲମାନଙ୍କ ନଜର ମୋ ଉପରେ ପଡିଥିଲା। ସେ ଫିଲ୍ମ ବୁଲନ୍ଦ ପାଇଁ ମୋତେ ଅଡିଶନ ଦେବାକୁ କହିଥିଲେ। ଅଡିଶନ ଦେଇଥିଲି କିନ୍ତୁ ଫିଲ୍ମ ରିଲିଜ୍‌ ହୋଇପାରି ନ ଥିଲା ବୋଲି ସୋମି କହିଛନ୍ତି। ଏହାପରେ ସୋମିଙ୍କୁ ଅନେକ ବଲିଉଡ୍‌ ଫିଲ୍ମ ପାଇଁ ଅଫର୍‌ ଆସିଥିଲା। ସଲମାନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ମଧ୍ୟ ଚର୍ଚ୍ଚା ହୋଇଥିଲା। ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ୧୯୯୯ରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ସୋମି ଆମେରିକା ଯାଇ ସେଠାରେ ପାଠ ପଢିଥିଲେ। ସେଠାରେ ନୋ ମୋର୍‌ ଟିୟର୍ସ ନାମରେ ଏକ ଏନଜିଓ ଗଢି ଶାରିରିକ ନିର୍ଯାତନା ପାଉଥିବା ମହିଳାଙ୍କୁ ସୋମି ସାହାଯ୍ୟର ହାତ ବଢାଇଛନ୍ତି।

Share