ବୟସ ୪୦ ପାର୍‌, ହେଲେ ଆଜି ବି କୁଆଁରୀ

ବମ୍ବେ: ପରଦାରେ ରୋମାନ୍ସ କଲେ ହେଁ ବ୍ୟକ୍ତିଗତ ଜୀବନରେ ଏକାକି ଅନେକ ଟେଲି ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶିଳ୍ପା ସିନ୍ଦେଙ୍କଠାରୁ ଆରମ୍ଭ କରି ଅନେକ ନାମକରା ନାୟିକା। ସେମାନଙ୍କୁ ନେଇ ଆଜିର ଉପସ୍ଥାପନା:

ଶିଳ୍ପା ସିନ୍ଦେ:
ଭାବି ଜି ଘର୍‌ ପାର ହୈ ଜରିଆରେ ଖ୍ୟାତି ଶିଳ୍ପା ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ଏହି ସିରିଏଲ୍‌ରୁ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା, କିନ୍ତୁ ପ୍ରଡକ୍ସନ ସହିତ କିଛି ବିବାଦ ହେତୁ ତାଙ୍କୁ ଶୋ’କୁ ବିଦାୟ ଦେବାକୁ ପଡିଲା। ସେ ବିଗ ବସ୍‌ ୧୧ ର ବିଜେତା ମଧ୍ୟ। ଶିଳ୍ପାଙ୍କୁ ଏବେ ୪୪ ବର୍ଷ, କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହିତ ନୁହନ୍ତି।

ସାକ୍ଷୀ ତନୱାର୍‌: ଟିଭିର ଲୋକପ୍ରିୟ ଅଭିନେତ୍ରୀ ସାକ୍ଷୀ ତନୱାରଙ୍କୁ କିଏ ଜାଣିବ ନାହିଁ। କାହାନି ଘର କି ଠାରୁ ଲାଇମଲାଇଟରେ ଆସିଥିବା ସାକ୍ଷୀ ଟିଭି ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ବଡେ ଅଚ୍ଛେ ଲଗ୍‌ତେ ହୈ’ ଶୋ’ରେ ରାମ କପୁରଙ୍କ ସହ ତାଙ୍କର ଯୋଡ଼ିକୁ ବଂଚୁତ ପସନ୍ଦ କରାଯାଉଥିଲା। ପରେ ସମୀର କୋଚରଙ୍କ ସହ ତାଙ୍କ ସମ୍ପର୍କର ଖବରକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିସହ ଜଣେ ବ୍ୟବସାୟୀଙ୍କ ସହିତ ତାଙ୍କର ବିବାହର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ହେଲେଏହାକୁ ଗୁଜବ ବୋଲି କହିଥିଲେ ସେ। ସାକ୍ଷୀଙ୍କୁ ୪୬ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ସେ କୁମାରୀ ଅଛନ୍ତି।

ନେହା ମେହେଟ୍ଟା: ହିଟ୍‌ ଟିଭି ଶୋ’ ‘ତାରକ ମେହେତା କା ଉଲଟା ଚଷମା’ରେ ଅଞ୍ଜଳି ମେହତାଙ୍କ ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ନେହାଙ୍କୁ ଏବେ ୪୨ ବର୍ଷ। ତଥାପି ସେ କୁମାରୀ ଅଛନ୍ତି। କିଛିଦିନ ପୂର୍ବେ ସେ ଧାରାବାହିକକୁ ଅଲ୍‌ବିଦା କହିଥିଲେ। ଏକ ପ୍ରୋଜେକ୍ଟ ପାଇଁ ସେ ଏପରି କରିଥିବା କୁହାଯାଏ।

ଜୟା ଭଟ୍ଟାଚାର୍ଯ୍ୟ: ଜୟାଙ୍କୁ କୌଣସି ପରିଚୟ ଲୋଡ଼ା ନାହିଁ। ସେ ଅନେକ ଧାରାବାହିକରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ‘ଥପକ୍କି ପ୍ୟାର୍‌ କି’ରେ ବସୁନ୍ଧରା ପାଣ୍ଡେ ଭୂମିକା ତାଙ୍କୁ ଲୋକପ୍ରିୟତା ଦେଇଥିଲା। ସେ ଏବେ ସିଲ୍‌ସିଲା ବଦଲତେ ରିସ୍ତୋ କାରେ ନଜର ଆସୁଛନ୍ତି। ଏବେ ତାଙ୍କୁ ୪୩ ବର୍ଷ ହୋଇଥିବା ବେଳେ ସେ ଅବିବାହିତା ଅଛନ୍ତି।

Share