୫ ବର୍ଷ ବୟସରେ ଏତେ ରାଗିଯାଇଥିଲେ ଲତା, ଆଉ ମାଡ଼ିଲେନି ସ୍କୁଲ ମାଟି

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି। କୁହାଯାଏ, ଗୋଟିଏ ଘଟଣା ପାଇଁ ଲତା ସ୍କୁଲ ଯାଇ ନ ଥିଲେ। ତେବେ ଜାଣନ୍ତୁ କାହିଁକି?
କୁହାଯାଏ ପିଲାଟି ଦିନରୁ ସଂଗୀତ ଗହଣରେ ଲତାଙ୍କ ଜୀବନ କଟିଥିଲା । ଘରେ ସଂଗୀତର ପରିବେଶ ଥିଲା । ଲତା ମଧ୍ୟ ସଂଗୀତ ଆଡକୁ ଆକୃଷ୍ଟ ହୋଇଥିଲେ । ୫ ବର୍ଷ ବୟସରେ ଲତା ପ୍ରଥମ ଥର ସ୍କୁଲ ଯାଇଥିଲେ । କିନ୍ତୁ ଗୋଟିଏ ଘଟଣା ପରେ ଲତା ସ୍କୁଲ ମାଟି ଆଉ ମାଡି ନଥିଲେ । ଥରେ ଲତା ନିଜ ସାନଭଉଣୀ ଉଷାଙ୍କୁ ନିଜ ସହ ସ୍କୁଲକୁ ନେଇଯାଇଥିଲେ। କିନ୍ତୁ ଶିକ୍ଷକ ଉଷାଙ୍କୁ କ୍ଲାସରେ ବସିବାକୁ ଅନୁମତି ଦେଇ ନ ଥିଲେ । ଏଥିରେ ରାଗିଯାଇ ଲତା ସ୍କୁଲରୁ ଚାଲି ଆସିଥିଲେ । ଆଉ ତା’ପରଠାରୁ କେବେ ମଧ୍ୟ ସ୍କୁଲ ଯାଇ ନ ଥିଲେ ।

Share