Categories: ଜାତୀୟ

କେନ୍ଦ୍ର ସରକାରଙ୍କ ନିଦ୍ଦେର୍ଶରେ ଅଣ-ଭାଜପା ଶାସିତ ରାଜ୍ୟରେ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛନ୍ତି ରାଜ୍ୟପାଳ…

ନୂଆଦିଲ୍ଲୀ,୧।୭ : ତାମିଲନାଡୁର ରାଜ୍ୟପାଳ ବନାମ ରାଜ୍ୟ ସରକାର ପ୍ରସଙ୍ଗରେ ରାଜ୍ୟସଭା ଏମପି କପିଲ ସିବଲ କହିଛନ୍ତି ପୂର୍ବରୁ ରାଜ୍ୟପାଳ ପଦର ଅପବ୍ୟବହାର ଏଭଳି କରାଯାଇ ନ ଥିଲା। ବର୍ତ୍ତମାନ, କେନ୍ଦ୍ର ସରକାର ସେମାନଙ୍କର ସଦସ୍ୟମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥାର ଜଗୁଆଳୀ କରି ସମ୍ବିଧାନ ଉଲ୍ଲଂଘନ କାମରେ ଲଗାଇଛନ୍ତି। ସେମାନଙ୍କ ଚିନ୍ତାଧାରା କେନ୍ଦ୍ର ସହିତ ସମାନ ଅଛି। ରାଜ୍ୟପାଳ ଯାହା କରୁଛନ୍ତି ତାହା କେନ୍ଦ୍ର ହିଁ କରିବାକୁ କହୁଛି।

ଅଣ ଭାଜପା ଶାସିତ ରାଜ୍ୟରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବାରେ ରାଜ୍ୟପାଳଙ୍କର ଭୂମିକା ରହିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ରାଜ୍ୟପାଳ ମଧ୍ୟ ଏହିପରି କରିଥିଲେ। ସମାନ ଧାରାରେ ଅନ୍ୟ ଅଣ-ଭାଜପା ଶାସିତ ରାଜ୍ୟରେ ଏଭଳି କରାଯାଉଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ।

Share