Categories: Uncategorized

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ ( ଏପ୍ରିଲ ୧ରୁ ମାର୍ଚ୍ଚ ୩୧) ମଧ୍ୟରେ ଦଲାଲ ଷ୍ଟ୍ରିଟ୍‌ ଅନେକ ରେକର୍ଡ ସୃଷ୍ଟି କରିଥିଲାବେଳେ ନିବେଶକମାନେ ମଧ୍ୟ ବହୁ କ୍ଷତି ସହିଛନ୍ତି। ଏପରିକି ଅନେକ ନିବେଶକ ସଂସ୍ଥା ଏକ ପ୍ରକାର ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥକ ବର୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୭୪,୦୦୦ ଅଙ୍କ ନିକଟବର୍ତ୍ତୀ ହୋଇଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି-୫୦ ମଧ୍ୟ ୭୩,୦୦୦ ନିକଟବର୍ତ୍ତୀ ହୋଇ ରେକର୍ଡସ୍ତରର କାରବାର କରିଛି। ସେହିଭଳି ଚଳିତ ଆର୍ଥିକ ବର୍ଷ ପ୍ରାରମ୍ଭରୁ ନିବେଶକମାନେ ଉଚ୍ଚ ପରିମାଣରେ କାରବାର କରିଥିଲାବେଳେ ଆର୍ଥିକ ବର୍ଷର ମଧ୍ୟମ ଭାଗ ଅବଧିରେ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି-୫୦ରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ଅବଧି ମଧ୍ୟରେ ଉଭୟ ସେନ୍‌ସେକ୍ସ ଓ ନିଫ୍ଟି ରେକର୍ଡସ୍ତରୀୟ କାରବାର ସହ ସର୍ବୋଚ୍ଚ ପଏଣ୍ଟର କାରବାର ମଧ୍ୟ ହୋଇଛି। ଫଳରେ ନିବେଶକମାନେ କିଛି ପରିମାଣରେ କ୍ଷତି ହ୍ରାସ କରିଥିଲାବେଳେ ବୃହତ୍‌ ନିବେଶକ ଯଥା ରିଲାଏନ୍ସ, ଟାଟା, ଏଲ୍‌ଆଇସି ଏବଂ ଆଦାନୀ ଭଳି ପ୍ରମୁଖ ନିବେଶକ ସଂସ୍ଥା ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଶୁକ୍ରବାର ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଓ ଏନ୍‌ଏସ୍‌ଇ ନିଫ୍ଟି-୫୦ରେ ମଧ୍ୟ କାରବାର ବୃଦ୍ଧି ଘଟିଛି। ଏପରିକି ବିଏସ୍‌ଇ ସେନ୍‌ସେକ୍ସ ୬୫୫.୦୪ ପଏଣ୍ଟ ବୃଦ୍ଧି ପାଇଁ ୭୩,୬୫୧.୩୫ଅଙ୍କରେ ପହଞ୍ଚତ୍ଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି-୫୦ରେ ୨୦୩.୨୫ ପଏଣ୍ଟ ବଢ଼ି ୨୨,୩୨୬.୯୦ ଅଙ୍କରେ ପହଞ୍ଚତ୍ଛି।