Posted inଫୁରସତ

ପ୍ରଥମ ଦରମାରେ ବାପାଙ୍କର ପ୍ରିୟ ବହି କିଣିଥିଲି: ଲକ୍ଷ୍ମଣ କୁମାର

ଜୀବନରେ ପ୍ରଥମ ରୋଜଗାର କଥା ଭାବିଲା ମାତ୍ରକେ ମୋତେ ଅନେକ ବର୍ଷ ପଛକୁ, ମୋର ଆଦ୍ୟ କଲେଜ ଜୀବନ ପାଖକୁ ଫେରିଯିବାକୁ ପଡ଼ୁଛି। ଶୈଶବକାଳରୁ ମୋ ଭିତରେ ଯିଏ ସାହିତ୍ୟ ସଂପ୍ରୀତି ସଞ୍ଚାର କରିଥିଲେ- ସେ ହେଉଛନ୍ତି ମୋ ପୂଜ୍ୟ ବାପା ଦୟାନିଧି ପ୍ରଧାନ। ମୋର ଗପ ଓ କବିତା କେଉଁଠି ପ୍ରକାଶ ପାଇଲେ ବାପାଙ୍କର ଯେଉଁ ଆନନ୍ଦ ତାହାକୁ ଭାଷାରେ ପ୍ରକାଶ କରିବାକୁ ମୁଁ ଅକ୍ଷମ। ତେବେ ପ୍ରଥମେ ପ୍ରଥମେ କବିତା ଲେଖାରୁ ମୋର ସୃଜନ ଯାତ୍ରା ଆରମ୍ଭ କରିଥିଲି। ଆଦ୍ୟ କଲେଜ ଜୀବନରେ ପ୍ରଚୁର ଉତ୍ସାହର ସ୍ଫୁଲିଙ୍ଗ ଭରି ଦେଇଥିଲେ ମୋର ପୂଜ୍ୟ ସାର୍‌ ପ୍ରଫେସର୍‌ ମଣୀନ୍ଦ୍ର କୁମାର ମେହେର। ବରପାଲି ମହାବିଦ୍ୟାଳୟରେ ଯୁକ୍ତ୨ ପଢୁଥିବାବେଳେ ମୋର ଦୁଇଟି କବିତା ଆକାଶବାଣୀ ସମ୍ବଲପୁରର ଯୁବବାଣୀ କାର୍ଯ୍ୟକ୍ରମର ସାହିତ୍ୟ ପତ୍ରିକା ପାଇଁ ପଠାଇଥିଲ। ୧୯୯୨ ଡିସେମ୍ବର ସତର ତାରିଖ ଥିଲା ସେ କବିତାର ରେକର୍ଡିଂ। ମୋର ବଡ଼ଭାଇଙ୍କ ସହ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ଯାଇଥିଲି। ସେଦିନ ମୋର ରେକର୍ଡିଂ ନେଇଥିଲେ,ଏଇ କିଛିଦିନ ତଳେ ଆକାଶବାଣୀର ନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରିଥିବା ପ୍ରଫୁଲ୍ଲ କୁମାର ମାଝୀ। ମାଝୀ ସାର୍‌ ସେତେବେଳେ ଯୁବବାଣୀ କାର୍ଯ୍ୟକ୍ରମର ପ୍ରସାର କାର୍ଯ୍ୟନିର୍ବାହୀ ଥାଆନ୍ତି। ସେଦିନ ପ୍ରୋଗ୍ରାମ୍‌ ରେକର୍ଡିଂ ପରେ ପ୍ରଫୁଲ୍ଲ ସାର୍‌ ଆକାଶବାଣୀର ଡ୍ୟୁଟି ରୁମ୍‌ରେ ମୋ ହାତକୁ ଶହେ ପନ୍ଦର ଟଙ୍କାର ଚେକ୍‌ ଖଣ୍ଡିଏ ବଢାଇ ଦେଇଥିଲେ। ସେଦିନ ଚେକ୍‌ଟି ଆଣି ଷ୍ଟେଟ୍‌ ବ୍ୟାଙ୍କ୍‌ରେ ମୋ ଆକାଉଣ୍ଟରେ ଜମା କରିଥିଲି। ତା’ର କିଛିଦିନ ପରେ ସେ ଟଙ୍କା କାଢିଥିଲି; ଯାହାକି ଥିଲା ମୋ ପ୍ରଥମ ଉପାର୍ଜନ। ସେହି ଟଙ୍କାରେ ସେଦିନ ବାପାଙ୍କ ପ୍ରିୟ ପୁସ୍ତକଙ୍କ ମଧ୍ୟରୁ ଅନ୍ୟତମ କବି ଗଙ୍ଗାଧରଙ୍କ ଅବିସ୍ମରଣୀୟ କାବ୍ୟ ତପସ୍ବିନୀ କିଣିଥିଲି ବାପାଙ୍କ ପାଇଁ ଗଙ୍ଗାଧର ପୁସ୍ତକାଳୟରୁ। ମୋ ପାଇଁ କିଣିଥିଲି କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତା ସଞ୍ଚୟନର ଦ୍ୱିତୀୟ ଭାଗ। ସେତେବେଳେ କବି ବିନୋଦ ଚନ୍ଦ୍ର ନାୟକ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ଥାନ୍ତି। ମୋତେ ଏକ ଚିଠିର ପ୍ରତ୍ୟୁତ୍ତରରେ ସେ ଲେଖିଥିଲେ ତାଙ୍କର ସମସ୍ତ କବିତା ଗ୍ରନ୍ଥାବଳୀ ଆକାରରେ ପ୍ରକାଶ ପାଇଯାଇଛି। ସେହି ବର୍ଷ ମଧ୍ୟ ଗଙ୍ଗାଧର ଜୟନ୍ତୀ ଅବସରରେ ବରପାଲି ଆସିଥିବାବେଳେ କବି ବିନୋଦ ଚନ୍ଦ୍ର ନାୟକଙ୍କୁ ସାକ୍ଷାତ କରି ପ୍ରଚୁର ଆନନ୍ଦ ଲାଭ କରିଥିଲି। ସୁତରାଂ ଏହି ବହି ଦୁଇଟି- ଗୋଟିଏ ବାପାଙ୍କ ପାଇଁ ଓ ଅନ୍ୟଟି ମୋ ଲାଗି କିଣି ମୁଁ ଭାରି ଖୁସି ଥିଲି। ଘରକୁ ଆସି ବାପାଙ୍କୁ ତପସ୍ବିନୀ କାବ୍ୟଟି ବଢାଇ ଦେଇଥିଲି ଏବଂ କହିଥିଲି: ରେଡିଓ ପ୍ରୋଗ୍ରାମ୍‌ରୁ ପାଇଥିବା ପଇସାରେ ଏ ବହି କିଣିଛି ବୋଲି। ବାପା ଭାରି ଆନନ୍ଦିତ ହୋଇଥିଲେ। କହିବା ବାହୁଲ୍ୟ, ବାପାଙ୍କ ଠାରୁ ବହୁ ବିଖ୍ୟାତ କବିଙ୍କ କାବ୍ୟ ଏବଂ ରାମାୟଣ, ମହାଭାରତର କେତେ ପୁଲକପ୍ରଦ ଅଧ୍ୟାୟ ଶୁଣି ମୋ ଅଜାଣତରେ ମୋ ଚେତନାକୁ ନିର୍ମାଣ କରିଛି। ବାପା ଆଜି ସ୍ବର୍ଗତ। ୨୦୧୯ ଏପ୍ରିଲ୍‌ ୨୫ରୁ ସେ ଆମମାନଙ୍କୁ ଛାଡି ବାହୁଡି ଗଲେଣି। କିନ୍ତୁ ବାପା ମୋ ଭିତରେ ଭରି ଦେଇଥିବା ସ୍ବପ୍ନ, ସୃଜନ ଓ ସଂକଳ୍ପ ହିଁ ମୋତେ ନିରନ୍ତର ବାଟ ଦେଖାଉଛି। କେତେ ଝଡ଼, କେତେ ଅନ୍ଧକାର ଆସିଛି ଜୀବନରେ, ମୁଁ କିନ୍ତୁ ହାରି ଯାଇନାହିଁ କେବେ ବି। ଯାହାବି ଯେତିକି ସ୍ବଳ୍ପ ଅର୍ଥ ଏଯାବତ୍‌ ଆସିଛି ମୋ ଜୀବନରେ- ତା’ର ବହୁଳାଂଶ ମୋର ସୃଜନ ଜୀବନର ନିର୍ମାଣରେ ବ୍ୟୟ କରିଛି। ବହିଟିଏ କିଣିଲେ ମୋତେ ଲାଗେ ମୁଁ ଦୀପଟିଏ କିଣୁଛି। ବହି ସବୁ ମୋ ପାଇଁ ଦୀପଂ ଜ୍ୟୋତି। ମୋ ଚେତନାର କୋଠରିକୁ ସେମାନେ ଆଲୋକିତ କରନ୍ତି। ନୂଆ ନୂଆ ବହି ଅଧ୍ୟୟନରେ ମୁଁ ଯେମିତି ଆଲୋକ ସ୍ନାନ କରୁଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ...

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର...

ସରକାରୀ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରୀଛାତ୍ର, ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି।...

ଆରଜେ ମହଭାସ୍ ଙ୍କ ସହ ଫଟୋ ପୋଷ୍ଟ କଲେ ୟୁଜଭେନ୍ଦ୍ର ଚହଲ୍, ତା’ପରେ ଲେଖିଲେ ଏମିତି

ନୂଆଦିଲ୍ଲୀ,୯।୪: ପଞ୍ଜାବ କିଙ୍ଗସ୍ ଷ୍ଟାର ସ୍ପିନର୍ ୟୁଜଭେନ୍ଦ୍ର ଚହଲ୍ ବୁଧବାର ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଆରଜେ ମହଭାସ୍ ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।...

ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି

ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ...

ଆସିଲା ବଡ଼ ଅପଡେଟ୍‌: ଏଥର ଅକ୍ଷୟ ତୃତୀୟାରେ ବଢିବ ନା କମିବ ସୁନା!

ନୂଆଦିଲ୍ଲୀ,୯।୪: ଆଉ କିଛିଦିନ ପରେ ଅକ୍ଷୟ ତୃତୀୟା। ଏହି ଅବସରରେ ସୁନା କିଣିବାର ପରମ୍ପରା ରହିଛି। ଏବେ ସୁନାଦର ଖସୁଥିବାବେଳେ ସୁନାପ୍ରେମୀମାନେ ଅପେକ୍ଷା କରିଛନ୍ତି। ଯଦି...

କାନ୍ଦୁଛି ପାକିସ୍ତାନ, ଆତଙ୍କବାଦର ଜନକ ଏବେ…

ଇସଲାମାବାଦ,୯।୪: ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନ ଏବେ ନିଜେ ଆତଙ୍କବାଦ ଦ୍ୱାରା ବିଚଳିତ। ଆତଙ୍କବାଦର ମାଷ୍ଟରମାଇଣ୍ଡ ପାକିସ୍ତାନ କାନ୍ଦୁଛି। ସୂଚନାଅନୁଯାୟୀ, ପାକିସ୍ତାନର ପରାମର୍ଶଦାତା...

ସୁନା ବନ୍ଧା ପକାଇଛନ୍ତି କି? ଗୋଲ୍ଡ ଲୋନ୍‌ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୯।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୋଲ୍ଡ ଲୋନ୍‌ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହି ଘୋଷଣା ପରେ ଗୋଲ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri