Categories: ଜାତୀୟ

ମୁମ୍ବାଇ ଲୋକଲ୍‌ ଟ୍ରେନ୍‌ର ଏକ ଫଟୋ ଦେଖି ଭାବପ୍ରବଣ ହେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୩।୧: ଲକଡାଉନ୍‌ ପରେ ମୁମ୍ବାଇ ଲୋକାଲ ଟ୍ରେନ ଫେବୃଆରୀ ୧ ତାରିଖରୁ ପୁନଃଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ କେବଳ ସ୍ଥାନୀୟ ଲୋକମାନେ ଯାତ୍ରା କରିପାରିବେ। ମୁମ୍ବାଇ ଲୋକାଲ ଟ୍ରେନ୍‌ ପୁନଃଆରମ୍ଭ ହେବା ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ କେଉଁଭଳି ଭାବେ ଉତ୍ସାହିତ ଅଛନ୍ତି ତାହା ଏକ ଫଟୋରୁ ଜଣାପଡିଛି। ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଟୁଇଟର୍‌ରେ ଏକ ଫଟୋ ରିଟୁଇଟ୍‌ କରିଛନ୍ତି। ଫଟୋ ଜଣେ ସାଧାରଣ ଯାତ୍ରୀ ଟ୍ରେନ୍‌ ଉପରକୁ ଚଢିବା ପୂର୍ବରୁ ଟ୍ରେନ୍‌କୁ ମୁଣ୍ଡିଆ ମାରି ଉଠୁଥିବା ଦେଖାଯାଇଛି। ଏହି ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କ୍ୟାପସନରେ ଲେଖିଛନ୍ତି, ସୋଲ ଅଫ ଇଣ୍ଡିଆ … ମୁଁ ପ୍ରାର୍ଥନା କରୁଛି ଯେ ଆମେ ଏହାକୁ କେବେବି ହରାଇବୁ ନାହିଁ। ଏହି ଫଟୋ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭାବପ୍ରବଣ ହୋଇପଡିଛନ୍ତି।

Share