ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା ପଜିଟିଭ୍‌ …

ନୂଆଦିଲ୍ଲୀ,୧୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ୮୦ ଜଣ ଡାକ୍ତରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଦିଲ୍ଲୀର ସରୋଜ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଏହି ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୬୮ ଜଣଙ୍କୁ ଘରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲର ବରିଷ୍ଠ ଡାକ୍ତର ଏ.କେ. ରାଓ୍ବତଙ୍କର ମୃତ୍ୟୁ ଘଟି ସାରିଛି। ଦିଲ୍ଲୀରେ କରୋନାର ଦ୍ୱିତୀୟ ଳହର ଜାରି ରହିଥିବାବେଳେ ଡାକ୍ତରମାନେ ଆକ୍ରାନ୍ତ ହେବା ପ୍ରଶାସନର ଚିନ୍ତାକୁ ବଢ଼ାଇ ଦେଇଛି।

Share