ମାଣବସା ଗୁରୁବାର ପାଇଁ ଶିଳ୍ପୀ କୋଣାର୍କରୁ ଗାଁକୁ ଯାଉଥିଲେ

 

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ସମସ୍ତ ବିଧିବିଧାନ ପାଳିତ ହେଉଥିଲା। ସମସ୍ତଙ୍କର ମିଳିତ ସହଯୋଗରେ, ସହମତିରେ ହୋଇଥିବାର ବର୍ଣ୍ଣନା ମିଳୁଛି। ତେଣୁ ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ଶିଳ୍ପୀମାନେ ଅତ୍ୟାଚାରିତ ହେଉଥିଲେ ବୋଲି ଯେଉଁ ବର୍ଣ୍ଣନା କେତେଜଣ ଦେଇଛନ୍ତି, ତା’ର ଆଧାର କିଛି ନାହିଁ। ମନଗଢ଼ା କାହାଣୀ।
କୋଣାର୍କଠାରେ ପ୍ରତିବର୍ଷ ‘ସୁନିଆ’ ପାଳିତ ହେଉଥିଲା। ଏହା ଆମର ରାଜାନୁଗତ ଜାତୀୟ ଉତ୍ସବ ଥିଲା। ଯେଉଁବର୍ଷ ଗଜପତି ସୁନିଆଁ ସମୟରେ କୋଣାର୍କ ଆସିପାରୁ ନ ଥିଲେ, ସେ ବର୍ଷ ସୂତ୍ରଧର ଅର୍ଥାତ୍‌ ସଦାଶିବ ସାମନ୍ତରାୟ ମହାପାତ୍ର ଓରଫ ଶିବେଇ ସାନ୍ତରାଙ୍କୁ ତାଙ୍କ ଶିବିରରେ ସମସ୍ତେ ଭେଟନ୍ତି। ଗଜପତିଙ୍କ ନୂଆ ବର୍ଷ ଆରମ୍ଭର ଶୁଭେଚ୍ଛା ଜଣାନ୍ତି। ଏହା କେବଳ ଗଜପତିଙ୍କର ନୂଆବର୍ଷ ନ ଥିଲା। ସମଗ୍ର ସାମ୍ରାଜ୍ୟର ନୂଆବର୍ଷ ଥିଲା। କାରଣ ଆମର ନୂଆ ‘ଅଙ୍କ’ ଠିକ୍‌ ଶକାବ୍ଦ, ଯୁଗାବ୍ଦ ପରି ସେହିଦିନଠାରୁ ପ୍ରଚଳିତ ହେଉଥିଲା।
ଆମେ ଜାଣିଛେ ଷଷ୍ଠ ଶତାବ୍ଦୀରୁ କଳିଙ୍ଗ ସାମ୍ରାଜ୍ୟରେ ‘ଗୁପ୍ତାବ୍ଦ’ ବ୍ୟବହାର ହେଉଥିଲା। ଯାହା ତମ୍ବା ପଟାଗୁଡ଼ିକରେ ଦେଖାଯାଏ। ଖ୍ରୀ.ପୂ. ୩୨୦ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ (୧)ଙ୍କ ଦ୍ୱାରା ଏହା ପ୍ରଚଳିତ ହୋଇଥିଲା। ଏହାପରେ ଅଧିକ ବ୍ୟବହୃତ ହୋଇଥିବାର ଦେଖାଯାଏ ‘ଗାଙ୍ଗେୟ ବତ୍ସର’। ଏହା ‘ଗଙ୍ଗାବ୍ଦ’ ନାମରେ ପୋଥିରେ ଦରଜ ହୋଇଅଛି। ୬୨୬ ମସିହା ହେଉଛି ଏହାର ଆରମ୍ଭ କାଳ।
ରାଜା ଯଯାତିକେଶରୀ ‘ସୁନିଆଁ’ ଅବସରରେ ଓଡ଼ିଶାରେ ‘ସନ’ର ପ୍ରଚଳନ କରିଥିଲେ। ପୋଥିରେ ଏହା ‘ସ୍ନ’ ବୋଲି ଲେଖାଯାଇଛି। ୫୯୩ ମସିହାରେ ଏହା ପ୍ରଚଳିତ ହୋଇଥିଲା। ଏହିପରି ଭୌମାବ୍ଦ, ସମ୍ବତ୍ସର ଉତ୍କଳାବ୍ଦ ମଧ୍ୟ ପ୍ରଚଳିତ ଥିଲା। ଆମେ ବୁଝିବା ପାଇଁ ‘ଅଙ୍କ’ ଶବ୍ଦରେ କାଳ ଗଣନା ପ୍ରସଙ୍ଗ ଉଲ୍ଲେଖ କରୁଥିଲେ ମଧ୍ୟ ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ସୁନିଆଁଠାରୁ ଗାଙ୍ଗେୟ ବତ୍ସର ବା ଗଙ୍ଗାବ୍ଦ ହିଁ ପ୍ରଚଳିତ ହେଉଥିଲା। ସେହିଦିନ ଗଜପତିଙ୍କୁ ଯେଉଁ ଭେଟି ଦେବା କଥା, ତାହା ସୂତ୍ରଧରଙ୍କୁ ତାଙ୍କ ଶିବିରରେ ସମସ୍ତେ ଦିଅନ୍ତି। ସେ ମଧ୍ୟ ସମସ୍ତ ଭେଟି କୋଣାର୍କ କୋଷାଗାରରେ ଦାଖଲ କରୁଥିଲେ।
ସେହିପରି ଓଡ଼ିଶାର ଆଉ ଗୋଟିଏ ଜାତୀୟ ପର୍ବ ହେଲା ‘ଦଶହରା’। ଏହିଦିନ ବିଶ୍ୱକର୍ମାମାନଙ୍କର ହତିଆର ପୂଜା ହୁଏ। ଚାଷୀଙ୍କର ଚାଷ ସରଞ୍ଜାମ ଏବଂ କ୍ଷତ୍ରୀୟମାନଙ୍କର ଅସ୍ତ୍ରପୂଜା ହୁଏ। ମନ୍ଦିର ନିର୍ମାଣ ଆରମ୍ଭଠାରୁ ପ୍ରତିବର୍ଷ ଦଶହରା ପର୍ବ ଧୂମଧାମରେ ପାଳିତ ହେଉଥିଲା। ସେଥିପାଇଁ ପିଠା ପ୍ରସ୍ତୁତ ହେଉଥିଲା। ଭଣ୍ଡାରରୁ ସୂତ୍ରଧର ପିଠା ପ୍ରସ୍ତୁତି ପାଇଁ ଦ୍ରବ୍ୟ ଦେବାକୁ ଆଦେଶ ଦେଉଥିଲେ। ଗୋଟିଏ ଗୋଟିଏ ଶିବିରକୁ ମିଶିରି ଦୁଇମାଣିକା, ଘିଇ ଚାରିଘଡ଼ି, ବିରି ୧୪ ନଉତି, ମାଟିପାତ୍ର ୧୪ଟି ଯୋଗାଇ ଦିଆଯାଇଥିଲା। ନୂଆ ଧୋତି ବି ଦିଆଯାଉଥିଲା।
ଦଶହରା ପରେ ପରେ ମୁଖ୍ୟ ମନ୍ଦିର ଚାରିପଟେ ଗଡ଼ାଣିଆ ମଞ୍ଚ ତିଆରି ହୋଇଥିଲା ସୂଚୀକାମ ପାଇଁ। ଗୋଲରାଗଡ଼ର ଦାମ ସମର୍ଥା ଏଥିପାଇଁ ସମସ୍ତ ଦଉଡ଼ି ଯୋଗାଇଥିଲେ। ମଞ୍ଚ ତିଆରି ପରେ ନିଧି ମହାରଣା ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ପୋଥି ବର୍ଣ୍ଣନାରୁ ଜଣାଯାଉଛି ଯାହାର ବି ଦେହ-ପା ଖରାପ ହେଉ, ସେମାନଙ୍କ ଚିକିତ୍ସା ଖର୍ଚ୍ଚ ଏବଂ ଯିବା-ଆସିବା ବ୍ୟବସ୍ଥା ରାଜକୋଷରୁ ହିଁ କରାଯାଉଥିଲା। ନିଧି ମହାରଣାଙ୍କ ଗଁା ଥିଲା ଛଇତନାର ଇକୋଡ଼ା। ଶଗଡ଼ରେ ତାଙ୍କୁ ଗଁାକୁ ପଠାଯାଇଥିଲା ଚିକିତ୍ସା ସହିତ ବିଶ୍ରାମ ନେବା ପାଇଁ।
ଏସବୁ ଆମେ ଆଲୋଚନା କରିବାର ଅର୍ଥ ମନ୍ଦିର ନିର୍ମାଣବେଳେ ଯାନି-ଯାତ୍ରା, ପୁଣ୍ୟ-ପର୍ବ ପ୍ରଭୃତି ପାଳନରେ ବାରଣ ନ ଥିଲା। ଶିଳ୍ପୀ ଅସୁସ୍ଥ ହେଲେ ଆନୁଷଙ୍ଗିକ ପଦକ୍ଷେପ ନେବାରେ ବିଳମ୍ବ ନ ଥିଲା। ଗତପତିଙ୍କ ଉଦାର ଭାବନା ଏବଂ ନିଯୁକ୍ତ ରାଜକର୍ମଚାରୀଙ୍କ ସହଯୋଗ ମାନସିକତା ନ ଥିଲେ ବର୍ଷ ବର୍ଷ ଧରି ମନ୍ଦିର ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନ ଥାନ୍ତା। ନ ହେଲେ ‘ଅଳୁଗୁମ୍‌’ (ସତ୍ୟବାଦୀ)ର ବିଶି ନାୟକଙ୍କଠାରୁ ତିନିଶହ ତାଳପତ୍ର ଚଟେଇ କିଣାଯାଇ ନ ଥାନ୍ତା। ଶିବିରରେ ଶିଳ୍ପୀମାନେ ଚଟେଇରେ ବସି ଭୋଜନ କରୁଥିଲେ। ପ୍ରତ୍ୟେକ ଦିଗକୁ ସଜାଗ ଦୃଷ୍ଟି ଦିଆଯାଇଥିଲା। ଓଡ଼ିଶାରେ ‘ମାଣବସା’ ଓ ‘ମାଣଉଜୁଆଁ’ ଏକ ଗଣପର୍ବ। ମାଣବସାବେଳେ ଯେଉଁ ଶିଳ୍ପୀ ଗାଁକୁ ଯାଆନ୍ତି, ଉଜୁଆଁ ପୂର୍ବରୁ ଫେରିଆସି କାମରେ ଯୋଗ ଦିଅନ୍ତି। ନିର୍ମାଣର ଏକାଦଶ ବର୍ଷରେ ମାର୍ଗଶୀର ମାସ ଶେଷ ଗୁରୁବାର ‘ଉଜୁଆଁ’ ପାଇଁ ୧୦୩ଜଣ ଶିଳ୍ପୀ ଯେଝା ଗାଁକୁ ଯାଇଥିଲେ। ଏହାକୁ କ’ଣ ଆମେ ଶିଳ୍ପୀଙ୍କୁ ଅତ୍ୟାଚାର କରାଯାଉଥିଲା ବୋଲି ଲେଖିପାରିବା! ଏଥିରେ କେବଳ ଶିଳ୍ପୀ ସାମିଲ ନ ଥିଲେ। ପଥୁରିଆ, ପାଇଟିଆଳ, ଅନୁରଥ ପଥୁରିଆ, ପଥର କଟାଳି, ପଥର ସୁଆଁସିଆ, ପଥୁରିଆଣି ସମସ୍ତେ ସାମିଲ ଥିଲେ। ଶିଳ୍ପୀ ଯେଉଁ ଯେଉଁ ସୁବିଧା ପାଉଥିଲେ, ଅନ୍ୟମାନେ ସେହିପରି ସୁବିଧା ସୁଯୋଗ ପାଉଥିଲେ। କାହାରି ମନ ଊଣା ନ ହେଉ, ହୀନମନ୍ୟତା ସୃଷ୍ଟି ନ ହେଉ। ଆତ୍ମସମ୍ମାନର ସହିତ ସମସ୍ତେ କାର୍ଯ୍ୟ କରି ନ ଥିଲେ ବିଶ୍ୱର ବିସ୍ମୟଟିଏ ଓଡ଼ିଆ ଜାତି ସୃଷ୍ଟି କରିପାରି ନ ଥାନ୍ତା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ ନାଁରେ ମିଛ ଖବର ପ୍ରସାରଣ କରି ଅଡୁଆରେ ନିର୍ଦ୍ଧିଷ୍ଟ ଗଣମାଧ୍ୟମ, ଜାଣନ୍ତୁ କ’ଣ ରହିଛି … 

ଭୁବନେଶ୍ୱର,୬।୭: ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମିଛ ଓ ଭିତ୍ତିହୀନ ଖବର ପରିବେଷଣ କରିବାରୁ ଏକ ଟିଭି ଚ୍ୟାନେଲ୍‌କୁ ନୋଟିସ୍‌ ଜାରି...

ଶରଧାବାଲି ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ଝାଡୁ କରିବାର କାରଣ ବଖାଣିଲେ…

ପୁରୀ,୬।୭: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥିପାଇଁ ସବୁକିଛି ପ୍ରସ୍ତୁତ ସରିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରଧାବାଲିରେ ପହଞ୍ଚି ସଫେଇ କରିଛନ୍ତି।...

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଆଜି ଏହି ୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୬।୭: ସକ୍ରିୟ ରହିଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ପ୍ରଭାବରେ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଆଜି...

ଆଜି ବସିବ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ, କେବେ ଖୋଲିବ ରତ୍ନଭଣ୍ଡାର ହୋଇପାରେ ଘୋଷଣା

ଭୁବନେଶ୍ୱର,୬।୭: ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆଜି ବସିବ। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବତନ...

ମନ୍ଦ ଉଦ୍ଦେଶ୍ୟ ନେଇ ରତ୍ନଭଣ୍ଡାର କମିଟି ଭଙ୍ଗାଯାଇଛି: ବିଜେଡି

ଭୁବନେଶ୍ୱର,୬ା୭(ଅନିଲ ଦାସ/ସୁନିତ୍‌ ମିଶ୍ର): ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟର ନବଗଠିତ ଭାଜପା ସରକାର ଗୁରୁବାର ୧୬ଜଣିଆ କମିଟି ଗଠନ କରିଛନ୍ତି। ତେବେ ସରକାରଙ୍କ ଏହି ପଦକ୍ଷେପକୁ...

ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର, ୬।୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଶୁକ୍ରବାର ଭୁବନେଶ୍ୱର, କଟକ ସମେତ ଅନ୍ୟ ୭ ସହରର ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ହଟାଇଛନ୍ତି। ଗୃହନିର୍ମାଣ ଓ ନଗର...

ବିଜୟପାଲ ସିଂ ତୋମାର ଭାଜପାର ଓଡ଼ିଶା ପ୍ରଭାରୀ

ଭୁବନେଶ୍ୱର, ୬।୭(ସୁନିତ୍‌ ମିଶ୍ର): ଭାଜପା ପକ୍ଷରୁ ଶୁକ୍ରବାର ବିଭିନ୍ନ ରାଜ୍ୟ ଲାଗି ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ସେହି କ୍ରମରେ ଓଡ଼ିଶା ପାଇଁ ମଧ୍ୟ...

ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର,୬ା୭(ସତ୍ୟଜିତ୍‌ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଓ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri