ଫର୍ଚ୍ୟୁନ୍ସ୍‌ ତାଲିକାରେ ପ୍ରଥମ ସ୍ଥାନରେ ଜେସିଣ୍ଡା, ପୁନାଓ୍ବାଲା ଶ୍ରେଷ୍ଠ ୧୦ ମଧ୍ୟରେ…

ଓ୍ବାଶିଂଟନ,୧୬।୫: ଆମେରିକାର ବହୁ ରାଷ୍ଟ୍ରୀୟ ବ୍ୟବସାୟିକ ପତ୍ରିକା ଫର୍ଚ୍ୟୁନ୍ସ୍‌ ପକ୍ଷରୁ ପୃଥିବୀର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହାର ପ୍ରଥମସ୍ଥାନରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ ରହିଛନ୍ତି। ସେହିପରି ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଭାରତର ସେରମ୍‌ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାଓ୍ବାଲାଙ୍କ ନାମ ରହିଛି। କରୋନା ମହାମାରୀ ସଙ୍କଟରେ ଦୂରଦୃଷ୍ଟି ସମ୍ପନ୍ନ ଦୃଢ଼ ପଦକ୍ଷେପ ଗ୍ରହଣ କରି ନ୍ୟୁଜିଲାଣ୍ଡକୁ ସଂକ୍ରମଣ ମୁକ୍ତ କରିବାରେ ଜେସିଣ୍ଡାଙ୍କ କାର୍ଯ୍ୟ ଉଲ୍ଲେଖନୀୟ। ସେହିପରି ସେରମ୍‌ ଇନଷ୍ଟିଚ୍ୟୁଟର ସିଇଓ ପୁନାଓ୍ବାଲା କୋଭିଶିଲ୍ଡ ଭାକ୍ସିନ୍‌ ପ୍ରସ୍ତୁତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Share