
ସରଣ୍ଡା, ୨୯।୩(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରା ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ନିରୋଦ ଚନ୍ଦ୍ର ମହାକୁଡ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ତ୍ରିପୁରାରୀ ଚାନ୍ଦ ଉପସଭାପତି, ହିତେନ୍ଦ୍ରୀୟ ପ୍ରଧାନ ସମ୍ପାଦକ, ମନୋଜ କୁମାର କୁମାର ଷଡଙ୍ଗୀ ଯୁଗ୍ମ ସମ୍ପାଦକ, ଘଡି ଗୋପାଳ ପାଣିଗ୍ରାହୀ କୋଷାଧ୍ୟକ୍ଷ, ନିର୍ବାଚିତ ହୋଇଛନ୍ତି। ରୋହିତ କୁମାର ମହାପାତ୍ର, ଭି. ୱାଇ ଜଗନ୍ନାଥ ରାଓ, ଧନପତି ବାଦୀ, ମାନସ ରଞ୍ଜନ ତ୍ରିପାଠୀ ଏବଂ ଋଷିଶୃଙ୍ଗ ବଘାର କାର୍ଯ୍ୟକାରିଣୀ କମିଟି ସଭ୍ୟଭାବେ ମନୋନୀତ ହୋଇଛନ୍ତି।