Advertisement

ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍‌

ସରଣ୍ଡା,୨୭।୭( ଡି.ଏନ୍‌.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ ପଜିଟିଭ ହୋଇଥିବା ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହାପରେ ଅତାବିରାରେ କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟାକୁଳ ହୋଇପଡିଛନ୍ତି। ଅତାବିରା ଦୁର୍ଗା ମନ୍ଦିର ସଭା କକ୍ଷରେ ମଧ୍ୟାହ୍ନରରେ ପ୍ରଶାସନ, ସଚେତନ ନାଗରିକ ମଞ୍ଚ, ବାଣିଜ୍ୟ ପ୍ରତିଷ୍ଠାନ ସଂଘ, ଓକିଲ ସଂଘ, ରାଜନୀତି ଦଳ, ଏନ୍‌ଏସି କତ୍ତୃପକ୍ଷ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷାକରି ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଗଷ୍ଟ ୨ ତାରିଖ ଯାଏ ଅତାବିରା ଏନ୍‌ଏସି ଅଞ୍ଚଳକୁ ଶଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ସେବା ଯୋଗାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ମେଡିଶିନ, ଦୁଗ୍ଧ, ଗ୍ରୋସରିକୁ ବାଦ୍‌ ଦେଲେ ସବୁ ଦୋକାନବଜାର ବନ୍ଦ ରହିବ। ବୈଠକରେ ଅତାବିରା ବିଡିଓ ପ୍ରଣବ ଚାନ୍ଦ, ତହସିଲଦାର ହୃଦାନନ୍ଦ ଅଡା, ଯୋଗାଣ ଅଧିକାରୀ ବିଶ୍ୱରଞ୍ଜନ ସାହୁ, ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share