Categories: ଜାତୀୟ

ଗାଁ, ଗରିବ, କୃଷକଙ୍କ ପାଇଁ ଥିଲା ଅଟଳଙ୍କ ଭିନ୍ନ ଭଲପାଇବା

ନୂଆଦିଲ୍ଲୀ,୨୫ ।୧୨: ଥରେ ଯେତେବେଳେ ପୈତୃକ ଗାଁ ଆଗ୍ରାର ବଟେଶ୍ୱରକୁ ନେଇ ଲୋକେ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ ବଡ ସହଜ ଓ ସାଧାରଣ ଭାବେ ଉତ୍ତର ଦେଇଥିଲେ ସାରା ଦେଶ ହେଉଛି ମୋର ଗାଁ । ରାଜନୀତିରେ ସରଳତା, ସହଜତାର ପ୍ରତିକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏହି ଉତ୍ତର ଦର୍ଶାଉଛି ଯେ ଦେଶର ପ୍ରତିଟି ଗାଁକୁ ନେଇ କେତେ ଅଧିକ ଯତ୍ନଶୀଳ ଥିଲେ । ଅଟଳ ଜୀଙ୍କ ଭଲପାଇବା ଗାଁ, ଗରିବ ଓ କୃଷକଙ୍କ ପ୍ରତି ଅଦ୍ଭୁତ ଭଲପାଇବା ଥିଲା ।
ଅନେକ ରାଜନେତାଙ୍କୁ ଦେଶ ଦେଖିଛି ସତ ହେଲେ ତାଙ୍କ ଭଳି ସୁସାଶକଙ୍କୁ ଦେଖି ନ ଥିବେ ବୋଧହୁଏ । କାରଣ ବାଜପେୟୀ ତାଙ୍କ ରାଜନୈତିକ ଜୀବନରେ ଶାସନ ନୁହେଁ ସୁଶାସନ କରୁଥିଲେ ।
ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତି ଅବସରରେ ସାରା ଦେଶ ଆଜି ତାଙ୍କୁ ମନେ ପକାଇଛି । କେବେ ହାରିବା ଜାଣି ନ ଥିବା ବାଜପେୟୀ ଜୀବନରେ କେବେ ପଛଘୁଞ୍ଚା ବି ଦେଉ ନ ଥିଲେ । ତାଙ୍କର ଆଦର୍ଶ ଆଜିବି ଦେଶର ନାଗରିକଙ୍କ ପାଇଁ ପ୍ରେରଣାଦାୟୀ ।

Share