Categories: ଜାତୀୟ

ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପାର କାର୍ଯ୍ୟକ୍ରମ, ପ୍ରଥମଥର ପାଇଁ ଏନ୍‌ଡିଏକୁ ନିମନ୍ତ୍ରଣ

ନୂଆଦିଲ୍ଲୀ, ୧୬।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପା ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥିନେଇ ଭାଜପାର ସମସ୍ତ ବଡ ନେତା ପହଞ୍ଚୁଛନ୍ତି। ବିଶେଷ କଥା ହେଉଛି ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଏନ୍‌ଡିଏର ନିର୍ବାଚନମଣ୍ଡଳୀକୁ ଭାଜପା ନିମନ୍ତ୍ରଣ କରିଛି। ବାଜପେୟୀଙ୍କ ମୃତ୍ୟୁ ବାର୍ଷିକୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଲୋକ ସଭା ବାଚସ୍ପତି ଓମ ର୍ବିଲା ସମେତ ସମସ୍ତ ଭାଜପା ନେତା ଅଂଶଗ୍ରହଣ କରିବାକୁ ପହଞ୍ଚୁଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ସମାଦିରେ ପହଞ୍ଚି ଫୁଲ ଚଢାଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ।

Share