Categories: ଜାତୀୟ

ବାଜପେୟୀଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ମହାନ ରାଜନେତା ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଶୁକ୍ରବାର ଜନ୍ମବାର୍ଷିକୀ ପାଳନ କରାଯାଉଛି। ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ବିଂବଗତ ବାଜପେୟୀଙ୍କୁ ଜନ୍ମଦିନରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇ ତାଙ୍କୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳ ବିହାରୀ ବାଜପେୟୀ ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ତାଙ୍କ ଦୂରଦର୍ଶୀ ନେତୃତ୍ୱ ଜରିଆରେ ସେ ଦେଶକୁ ବିକାଶର ଅଭୂତ ପୂର୍ବ ଉଚ୍ଚରେ ପହଞ୍ଚାଇ ଥିଲେ। ଏହାସହ ମୋଦି ଅଟଳ ସ୍ମାରକରେ ପହଞ୍ଚି ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଶକ୍ତ ଓ ସମୃଦ୍ଧ ଭାରତର ନିର୍ମାଣ ପାଇଁ ତାଙ୍କର ଉଦ୍ୟମ ସର୍ବଦା ସ୍ମରଣୀୟ। ବାଜପେୟୀଙ୍କ ି ୯୬ତମ ଜନ୍ମ ଦିନରେ ମୋଦି ବାଜପେୟୀଙ୍କ ଜୀବନକୁ ନେଇ ରଚିତ ଗୋଟିଏ ବହିର ଉନ୍ମୋଚନ କରିବେ।

Share