ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସମଗ୍ର ବିଶ୍ୱରେ ରୁଷିଆର ଏଭଳି ଆକ୍ରମଣକୁ ନିନ୍ଦା କରାଯାଉଥିବା ବେଳେ ଖେଳାଳିମାନେ ମଧ୍ୟ ଆଗକୁ ଆସି ଯୁଦ୍ଧକୁ ଶେଷ କରିବାକୁ ଅପିଲ କରୁଛନ୍ତି। ଏହି କ୍ରମରେ ୟୁରୋପା ଲିଗ୍‌ରେ ଖେଳୁଥିବା ୟୁକ୍ରେନ ଫୁଟବଲର୍‌ ହାତ ଯୋଡ଼ି ଯୁଦ୍ଧ ଟାଳିବାକୁ ଅନୁରୋଧ କରିଛନ୍ତି। ଏହା ଅନେକଙ୍କୁ ଭାବବିହ୍ବଳ କରୁଛି।

ଇଟାଲୀୟ ଫୁଟବଲ ଟିମ୍‌ ଆଟଲାଣ୍ଟା ବିସି ପକ୍ଷରୁ ଖେଳୁଥିବା ୟୁକ୍ରେନର ମିଡ୍‌ଫିଲ୍ଡର ରୁସଲାନ ମାଲିନୋଭସ୍କି ଅଲିମ୍ପିୟାକୋସ୍‌ ବିପକ୍ଷରେ ଗୋଲ କରିବା ପରେ ନିଜ ଟି-ଶାର୍ଟ ଉପରକୁ ଟେକିଥିଲେ। ସେଥିରେ ‘ନୋ ଓ୍ବାର ଇନ୍‌ ୟୁକ୍ରେନ୍‌’ ବୋଲି ଲେଖାଯାଇଥିଲା। ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହୋଇଛି।

Share