Categories: ବାଣିଜ୍ୟ

ଏନ୍‌ଟିପିସିକୁ ଏଟିଡି ବେଷ୍ଟ ଆୱାର୍ଡ

ଭୁବନେଶ୍ୱର,୨୪ା୫: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ତଥା ମହାରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍‌ଟିପିସି) ଲିମିଟେଡ୍‌କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏନ୍‌ଟିପିସିକୁ ଏଟିଡି ବେଷ୍ଟ ଆୱାର୍ଡ-୨୦୨୪ ସହ ବିଶ୍ୱସ୍ତରରେ ୩ୟ ସ୍ଥାନ ଅଧିକାର କରିଛି। ଅପରପକ୍ଷରେ ଏନ୍‌ଟିପିସିର ଏହି ନୂଆ ମାଇଲଖୁଣ୍ଟ ସମସ୍ତ ଭାରତୀୟ କମ୍ପାନୀ ମଧ୍ୟରେ ସର୍ବୋଚ୍ଚ ମାନ୍ୟତା ଓ ସ୍ବୀକୃତି ହୋଇଥିବାବେଳେ ଗତ ୮ବର୍ଷ ମଧ୍ୟରେ କମ୍ପାନୀ ୭ଥର ଏହି ପୁରସ୍କାରରେ ପୁରସ୍କୃତ ହୋଇଛି।

ଉଲ୍ଲେଖଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ନ୍ୟୁ ଅର୍ଲିନ୍ସଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ଏନ୍‌ଟିପିସିକୁ ‘ଏଟିଡି ବେଷ୍ଟ ଆୱାର୍ଡ-୨୦୨୪’ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏନ୍‌ଟିପିସିର ସିଜିଏମ୍‌ (ଷ୍ଟ୍ରାଟେଜିକ୍‌ ଏଚ୍‌ଆର୍‌ ଆଣ୍ଡ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ) ରଚନା ସିଂ ଭାଲ ଉପରୋକ୍ତ ଆଓ୍ବାର୍ଡ ଅତିଥିଙ୍କଠାରୁ ଗ୍ରହଣ କରିଥିଲେ।

Share