ହାତୀ କଙ୍କାଳ ମିଳିବା ଘଟଣା: ତଦନ୍ତ ପରିସରଭୁକ୍ତ ହେବେ ଡିଏଫ୍‌ଓ

ଆଠଗଡ଼,୧୩।୬(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ ବଡମ୍ବାରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଡିଏଫଓଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଯଦି ଘଟଣାରେ ତାଙ୍କର କୌଣସି ହାତ ଥିବା ଜଣାପଡ଼େ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଜଣେ ରେଞ୍ଜର, ୨ ଫରେଷ୍ଟର ଓ ୨ ଫରେଷ୍ଟ ଗାର୍ଡ ଗିରଫ ହୋଇଛନ୍ତି । ଅନ୍ୟପକ୍ଷେ ୨ଜଣ ଫରେଷ୍ଟ ଗାର୍ଡ ଏବେ ବି ଫେରାର ଥିବା ଏ ନେଇ ପିସିସିଏଫ ଶଶୀ ପଲ ସୂଚନା ଦେଇଛନ୍ତି ।

Share