ଆନନ୍ଦପୁର,୫।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୪ନଂ ଓ୍ବାର୍ଡ ତଳସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ୪ନଂ ଓ୍ବାଡର୍ର୍ର କ୍ଷେତ୍ରମୋହନ ସିଂ।
ସୂଚନାଯୋଗ୍ୟ, କ୍ଷେତ୍ରମୋହନ ତାଙ୍କ ଝିଅଙ୍କୁ ଜଣେ ଯୁବକ ନିୟମିତ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗୀତ କରୁଥିଲେ। ଯାହାକୁ ନେଇ କ୍ଷେତ୍ରମୋହନ ଗୁରୁବାର ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିରେ ଯୁବକ ଜଣଙ୍କ ରାଗିଯାଇ କ୍ଷେତ୍ରମୋହନ ଥାନାରୁ ଫେରିବା ପରେ ଯୁବକ ଜଣଙ୍କ ତାଙ୍କୁ ଏକ ଭୁଜାଲୀରେ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସାପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଭଳି ଘଟଣାକୁ ନେଇ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।