ବିବାହ ପରେ ଟ୍ରୋଲ ହେଲେ ଆଥିଆ

ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବିବାହ ପରେ ଆଥିଆ ନୂଆ ବେଶରେ କିପରି ଦେଖାଯାଉଛନ୍ତି, ତାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହିତ ସହିତ ଅପେକ୍ଷା କରିଥିଲେ। ନିକଟରେ ଦମ୍ପତି ଏକାଠି ନଜର ଆସିଥିଲେ। ହେଲେ ଆଥିଆଙ୍କୁ ଦେଖିବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦୁହେଁ ଅଳ୍ପଦିନ ତଳେ ବିବାହ କରିଥିଲେ, କିନ୍ତୁ ଆଥିଆ ସିନ୍ଦୁର, ଚୁଡି କି ମଙ୍ଗଳସୂତ୍ର ପିନ୍ଧି ନ ଥିଲେ। ଯାହାକୁ ନେଇ ପ୍ରଶଂସକ କ୍ରମାଗତ ଭାବରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ବେଶ୍‌ ଭାଇରାଲ ହେଉଛି। ଜଣେ ୟଜର୍ସ କହିଛନ୍ତି, ତୁମେ ବିବାହିତ,ବିବାହିତ ପରି ରୁହ… ଟପୋରୀ ଲୁକ୍‌ ରଖ ନାହିଁ। ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି,ଆପଣ କେବଳ ଫଟୋ କ୍ଲିକ କରିବା ପାଇଁ ବିବାହ କରିଛନ୍ତି କି?

Share