ବିବାହ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଆଥିଆ-ରାହୁଲ

ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଦୁହେଁ ଜାନୁୟାରୀ ୨୩ରେ ବିବାହ କରିବେ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡିଛି। ରାହୁଲଙ୍କ ଘରର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ଘରକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ପ୍ରଶଂସକ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିବା କହୁଛନ୍ତି। ଆଥିଆ-ରାହୁଲଙ୍କ ବିବାହ ଉତ୍ସବ ଜାନୁୟାରୀ ୨୧ରୁ ୨୩ ଯାଏ ଚାଲିବ। ଏହା ବ୍ୟତୀତ ଆଥିଆଙ୍କ ଘନିଷ୍ଠ ବନ୍ଧୁ ଏବଂ ତାଙ୍କ ଭାଇ ଅହାନ ଶେଟ୍ଟୀ ସଂଗୀତ ସମାରୋହରେ ଜଡିତ ହେବେ। ତେବେ ଏହି ଦମ୍ପତି ଏବଂ ସେମାନଙ୍କ ପରିବାର ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ବିଷୟରେ କିଛି ସୂଚନା ମିଳିନାହିଁ।

Share