ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଛୁଟି କାଟୁଛନ୍ତି ରାହୁଲ

ଭାରତୀୟ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ଆହତ କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ନିକଟରେ ଜର୍ମାନୀରେ ତାଙ୍କର ସର୍ଜରୀ ହୋଇଛି। ସର୍ଜରୀ ପରେ ସେ ଏବେ ଗର୍ଲଫ୍ରେଣ୍ଡ୍‌ ଆଥିଆ ସେଟ୍ଟୀଙ୍କ ସହ ମ୍ୟୁନିକ୍‌ରେ ଛୁଟି କାଟୁଛନ୍ତି। ତାଙ୍କ ସହ ଅଛନ୍ତି ବଲିଉଡ ଅଭିନେତ୍ରୀ ଆକାଂକ୍ଷା ରଞ୍ଜନ ନଜର ଆସିଛନ୍ତି। ଆକାଂକ୍ଷା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି। ଫଟୋ ୩ ଜଣ ମଜା କରୁଥିବା ଦେଖିବାକୁ ମିଳିଛି।
ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ପରସ୍ପରକୁ ଡେଟ କରୁଥିବା କଥା କାହାକୁ ଅଛପା ନାହିଁ। ଉଭୟ ପରସ୍ପରକୁ ପ୍ରାୟ ୩ ବର୍ଷ ହେବ ଡେଟ୍‌ କରୁଛନ୍ତି। ରାହୁଲଙ୍କ ସର୍ଜରୀ ସମୟରେ ଆଥିଆ ତାଙ୍କ ସହିତ ଜର୍ମାନୀରେ ଥିଲେ।
ନିକଟରେ ଦିଲ୍ଲୀ ଟି-୨୦ ପୂର୍ବରୁ କେ.ଏଲ ରାହୁଲ ଅଭ୍ୟାସ ବେଳେ ଆହତ ହୋଇଥିଲେ। ଆଘାତ ଯୋଗୁ ତାଙ୍କୁ ପୂରା ସିରିଜରୁ ବାଦ ଦିଆଯାଇଥିଲା। ଗୋଡରେ ଆଘାତ ଲାଗିଥିବାରୁ ସେ ଜର୍ମାନୀରେ ସର୍ଜରୀ କରିଛନ୍ତି।