ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆଥିଆ-ରାହୁଲ

ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ତିନି ବର୍ଷରୁ ଅଧିକ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି। କିଛିଦିନ ହେବ ଶୁଣାଯାଉଛି କି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ସୂଚନାନୁଯାୟୀ, ଆଥିଆ ଏବଂ ରାହୁଲ ଆସନ୍ତା ତିନି ମାସ ମଧ୍ୟରେ ବିବାହ କରିବେ। ଆଥିଆ ଜଣେ ଅଭିନେତ୍ରୀ ହୋଇଥିବା ବେଳେ କେ.ଏଲ ରାହୁଲ ଲକ୍ଷ୍ନୋ ସୁପର ଜିଆଣ୍ଟସର ଅଧିନାୟକ ତଥା ଭାରତ ଜାତୀୟ ଦଳର ଉପ-ଅଧିନାୟକ ଅଟନ୍ତି। ତେବେ ଆସନ୍ତା ତିନି ମାସ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଲଭ୍‌ବାର୍ଡ। ଯାହାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିକଟରେ ରାହୁଲଙ୍କ ମା’ବାପା ଆଥିଆଙ୍କ ପରିବାରକୁ ଭେଟିବା ପାଇଁ ମୁମ୍ବାଇ ଯାଇଥିବା ଦେଖିବାକୁ ମିଳିଥିଲା।

Share