ସ୍ତ୍ରୀଙ୍କ ଗୁମର ଖୋଲିଦେଲେ କେଏଲ୍‌ ରାହୁଲ

ନୂଆଦିଲ୍ଲୀ,୩୧।୧୨: ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି।
କେଏଲ ରାହୁଲ ପ୍ରକାଶ କରିଛନ୍ତ, ବିଶ୍ୱକପ ଫାଇନାଲରେ ମୁଁ ଆଥିଆଙ୍କୁ ଷ୍ଟାଡିୟମକୁ ଆସି ମ୍ୟାଚ ଦେଖିବା ପାଇଁ କହିଥିଲି, କିନ୍ତୁ ସେ ଘରେ ରହି ଟେଲିଭିଜନରେ ମ୍ୟାଚ ଦେଖିବା ପାଇଁ କହିଥିଲେ। ଆଥିଆ ଜଣେ ଅନ୍ଧବିଶ୍ୱାସୀ। ଘରେ ମଧ୍ୟ ଏମିତି ଏକ ଭାଗ୍ୟବାନ ସ୍ଥାନ ଅଛି, ସେଠାରୁ ସେ ବସିବାକୁ ସବୁବେଳେ ଭଲ ପାଆନ୍ତି। ସଠାରେ ବସି ମ୍ୟାଚ ଦେଖନ୍ତି। ମୁଁ ବ୍ୟାଟିଂ କରୁଥିବା ସମୟରେ ସେ ମଧ୍ୟ ସେଠାରୁ ଉଠନ୍ତି ନାହିଁ। ମୁଁ ଖେଳିବାବେଳେ ତାଙ୍କର ଏମିତି କିଛି ଅନ୍ଧବିଶ୍ୱାସ ଥାଏ।
ରାହୁଲ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଘାତ ସହ ସଂଘର୍ଷ କରୁଥିବାବେଳେ ମୋ ଅପେକ୍ଷା ଆଥିଆ ଅଧିକ ନିରାଶ ହୋଇଥିଲେ। ମୁଁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କଲି କାରଣ ସେ ମୋତେ ପ୍ରଥମ ଥର ଦେଖୁଥିଲେ। ଏହା ଆମ ଦୁହିଁଙ୍କ ପାଇଁ କଷ୍ଟସାଧ୍ୟ ଥିଲା, କିନ୍ତୁ ଏହା ଆମକୁ ଏକତ୍ର ଆବଶ୍ୟକ ସମୟ ମଧ୍ୟ ଦେଇଥିଲା।
ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ କେ.ଏଲ ରାହୁଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେଞ୍ଚୁରିଅନରେ ଅନୁଷ୍ଠିତ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ କେ.ଏଲ ରାହୁଲ ପ୍ରଥମ ଇନିଂସରେ ଚମତ୍କାର ଶତକ ହାସଲ କରିଥିଲେ।