ଚର୍ଚ୍ଚାରେ ରାହୁଲ-ଆଥିଆଙ୍କ ଲାଟେଷ୍ଟ୍‌ ଫଟୋଶୁଟ୍‌

ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିକଟରେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଛନ୍ତି। ଆଜିକାଲି ଏହି ଦମ୍ପତି ପରସ୍ପର ସହ ସମୟ ବିତାଉଛନ୍ତି। ଉଭୟ ପ୍ରଥମଥର ଭୋଗ୍ୟୁ ପତ୍ରିକା ପାଇଁ ଫଟୋଶୁଟ କରିଛନ୍ତି।
ରାହୁଲ ଏବଂ ଆଥିଆ ବିବାହ ପୂର୍ବରୁ ଭୋଗ୍ୟୁ ମାଗାଜିନର କଭର ଫଟୋସୁଟ ପାଇଁ ପୋଜ ଦେଇଥିଲେ, ଯାହାର ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି। ଆଥିଆ ଶେଟ୍ଟୀ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ସ୍ବାମୀ କେ.ଏଲ ରାହୁଲଙ୍କ ସହ ନଜର ଆସିଛନ୍ତି। କୁହାଯାଉଛି ଯେ, ବିବାହର ପ୍ରାୟ ଏକ ମାସ ପୂର୍ବରୁ ଦୁହେଁ ଏହି ଫଟୋଶୁଟ କରିଥିଲେ।
ଫଟୋରେ ଆଥିଆ ଗ୍ରୀନ୍‌ ଚେକେଡ ପାଇଜାମା ପିନ୍ଧିଛନ୍ତି। ଏଥି ସହିତ କେ.ଏଲ ରାହୁଲ ମଧ୍ୟ ଧୂସର ରଙ୍ଗର ବାଥ୍ରୋବ ପିନ୍ଧିଥିବାର ନଜର ଆସିଛନ୍ତି। ସେ ସ୍ତ୍ରୀ ଆଥିଆଙ୍କ କାନ୍ଧରେ ହାତ ରଖିଛନ୍ତି। ଏହି ଫଟୋକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।