Categories: ଖେଳ

ପ୍ରେମିକାଙ୍କ ସହ ରୋମାଣ୍ଟିକ ଅନ୍ଦାଜ୍‌ରେ ନୂଆବର୍ଷ ପାଳିଲେ ରାହୁଲ

ନୂଆ ବର୍ଷ ସେଲିବ୍ରେଶନରେ ସମଗ୍ର ବିଶ୍ୱ ବୁଡି ରହିଛି। ବିରାଟ କୋହଲି, ଏମଏସ ଧୋନୀଙ୍କ ସମେତ ଅନେକ କ୍ରିକେଟର ନିଜ ପରିବାର ସହିତ ନୂଆ ବର୍ଷ କରିଛନ୍ତି। ଭାରତୀୟ କ୍ରିକେଟର କେ.ଏଲ ରାହୁଲ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ସହ ନୂଆ ବର୍ଷ ପାଳନ କରିଥିଲେ। ଉଭୟଙ୍କ ନୂଆବର୍ଷ ପାଳନର ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଉଭୟ କଳା ଡ୍ରେସ୍‌ ପିନ୍ଧିଥିବାର ନଜର ଆସିଛନ୍ତି।
ରାହୁଲ ଏବଂ ଆଥିଆ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଛନ୍ତି। ଉଭୟଙ୍କ ବିବାହର ଖବରକୁ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଉଭୟ ୨୦୨୩ ଏକ ରୋମାଣ୍ଟିକ ଢଙ୍ଗରେ ଆରମ୍ଭ କରିଛନ୍ତି।
ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ କେ.ଏଲ ରାହୁଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ଯଦିଓ, ରାହୁଲ ଏବଂ ଆଥିଆଙ୍କ ବିବାହ ତାରିଖ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ କୁହାଯାଉଛି ଉଭୟ ଫେବୃଆରୀରେ ହାତକୁ ଦି’ ହାତ ହେବେ।

Share