ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ

ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍‌ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍‌ହାନ ଅଖ୍‌ତର, ଆଲିଆ ଭଟ୍ଟଙ୍କ ଭଳି କଳାକାର ହାତକୁ ଦୁଇ ହାତ ହୋଇଛନ୍ତି। ଆଗକୁ ଆଉ ଜଣେ ସେଲିବ୍ରିଟି ଯୋଡ଼ି ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେବାରେ ଲାଗିଲାଣି। ସେ ହେଲେ ଆଥିୟା ସେଟ୍ଟୀ।

ଦୀର୍ଘ ତିନି ବର୍ଷ ଧରି କ୍ରିକେଟର କେ.ଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଆଥିୟା-ରାହୁଲ। ଏହି ସେଲିବ୍ରିଟି ଯୋଡ଼ି ଚଳିତ ବର୍ଷ ‘ଓ୍ବିଣ୍ଟର ଓ୍ବେଡିଂ’ କରିବେ। ବିବାହକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁକିଛି ଠିକ୍‌ ରହିଲେ ଚଳିତ ବର୍ଷ ଶେଷ ଆଡ଼କୁ ସେମାନେ ବିବାହ କରିବେ। ଆଥିୟାଙ୍କ ବାପା ଦକ୍ଷିଣ ଭାରତୀୟ ହୋଇଥିବାରୁ ବିବାହ ଦକ୍ଷିଣ ଭାରତୀୟ ରୀତିନୀତିରେ ହେବ ବୋଲି କୁହାଯାଉଛି।