ଖୁବ୍‌ଶୀଘ୍ର ଆଥିଆ-ରାହୁଲଙ୍କ ହେବ ବିବାହ

ବି-ଟାଉନରେ ଆଉ ଏକ ଶାହାନାଇ ବାଜିବାକୁ ଯାଉଛି। ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଏବଂ କ୍ରିକେଟର କେ.ଏଲ ରାହୁଲ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ।
ଆଥିଆ ନିଜ ବ୍ୟକ୍ତିଗତ ଜୀବନକୁ ଗତ କିଛି ମାସ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ସେ କେ.ଏଲ ରାହୁଲଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ ଅନେକ ପାର୍ଟିରେ ଏକାଠି ଦେଖିବାକୁ ମିଳେ। କେବଳ ଏତିକି ନୁହେଁ, ରାହୁଲଙ୍କୁ ଚିୟର କରିବା ପାଇଁ ଆଥିଆ ଅଧିକାଂଶ ସମୟ ଷ୍ଟାଡିୟମରେ ଉପସ୍ଥିତି ଥାନ୍ତି। ବର୍ତ୍ତମାନ ଦୁହେଁ ନିଜ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଯୋଜନା କରୁଛନ୍ତି।
ସୁନୀଲ ଶେଟ୍ଟୀ ନିଶ୍ଚିତ କରିଛନ୍ତି, କେ.ଏଲ ରାହୁଲ ଏବଂ ଆଥିଆ ଖବୁଶୀଘ୍ର ବିବାହ କରିବେ। ଏବେ ସମ୍ଭାବ୍ୟ ତାରିଖ ଉପରେ ଚିନ୍ତା କରାଯାଉଛି। ଉଭୟଙ୍କ ସମୟକୁ ବିଚାରକୁ ନିଆଯାଇ ବିବାହ ତାରିଖ ସ୍ଥିର କରାଯିବ।
ରାହୁଲ ଏବଂ ଆଥିଆ ୩ ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। କିଛି ମାସ ପୂର୍ବରୁ ଇନଷ୍ଟାଗ୍ରାମରେ ଆନୁଷ୍ଠାନିକ ଭାବେ ଦୁହେଁ ଘୋଷଣା କରିଥିଲେ।