ସାମ୍ନାକୁ ଆସିଲା ଆଥିଆ-ରାହୁଲଙ୍କ ବିବାହ ତାରିଖ

ମୁମ୍ବାଇ: ଆଜିକାଲି ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହକୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଉଭୟଙ୍କ ବିବାହକୁ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ଇତିମଧ୍ୟରେ ପୁଣି ଉଭୟଙ୍କ ବିବାହକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ ରାହୁଲ ଏବଂ ଆଥିଆ ଜାନୁୟାରୀ ୨୦ ପରେ ବିବାହ କରିବେ। ତେବେ ଦୁହେଁ ବିବାହ ପରେ ରାହୁଲ-ଆଥିଆ ଘର ବାନ୍ଦ୍ରାସ୍ଥିତ ରଣବୀର-ଆଲିଆଙ୍କ ଘରଠାରୁ ଅଳ୍ପ ଦୂରରେ ରହିବେ ବୋଲି କୁହାଯାଉଛି।
କହିରଖୁଛୁ, ରାହୁଲ-ଆଥିଆ ବିବାହ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳାରେ ଅନୁଷ୍ଠିତ ହେବ। ତେବେ ସୁନୀଲ ଶେଟ୍ଟୀଙ୍କ ଏହି ବଙ୍ଗଳା କୌଣସି ରିସୋର୍ଟଠାରୁ ମଧ୍ୟ କମ୍‌ ନୁହେଁ। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଯୋଗ ଦେବେ ବୋଲି ଜଣାପଡିଛି।

Share