ବିବାହକୁ ନେଇ ମୁହଁ ଖୋଲିଲେ ଆଥିଆ

ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖୁବଶୀଘ୍ର ସେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିବେ ବୋଲି ଚାରିଆଡେ ଚାଲିଛି ଆଲୋଚନା। ଏସବୁ ନେଇ ଚିଡିଯାଇଛନ୍ତି ଆଥିଆ। ମଜାକିଆ ଅନ୍ଦାଜରେ ସେ ଏହାର ଜବାବ ରଖିଛନ୍ତି। ସେ ନିଜ ଇନ୍‌ଷ୍ଟା ଷ୍ଟାଟସରେ ଲେଖିଛନ୍ତି, ମୁଁ ଆଶା କରୁଛି ୩ ମାସ ମଧ୍ୟରେ ହେବାକୁ ଥିବା ବିବାହରେ ମୋତେ ଆମନ୍ତ୍ରଣ କରାଯିବ।
ଗତ କିଛି ଦିନ ହେବ ଗଣମାଧ୍ୟମରେ ରାହୁଲ ଏବଂ ଆଥିଆ ଆସନ୍ତା ତିନି ମାସ ମଧ୍ୟରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଇନ୍‌ଷ୍ଟା ଷ୍ଟାଟସ ଯୋଗେ ଏହି ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଆଥିଆ।
ରାହୁଲ ଏବଂ ଆଥିଆ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଏବେ ଆଥିଆ ଜର୍ମାନୀରେ ରାହୁଲଙ୍କ ସହ ଛୁଟି କାଟୁଛନ୍ତି। ସୁନୀଲ ଶେଟ୍ଟୀ ମଧ୍ୟ ଝିଅ ବିବାହର ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଯୋଜନା କରାଯାଇ ନାହିଁ ବୋଲି କହିଥିଲେ।