ରାହୁଲଙ୍କ ସହ ଫଟୋ ଶେୟାର କରି ଏଭଳି ଲେଖିଲେ ଆଥିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଏପରିକି ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ଆଥିଆ ରାହୁଲଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଫ୍ୟାନ୍ସ ଏହି ଫଟୋକୁ ଦେଖିବା ମାତ୍ରେ ପସନ୍ଦ କରିବା ସହ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଫଟୋରେ ଆଥିଆ ରାହୁଲଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଶେୟାର କରି ଆଥିଆ କ୍ୟାପସନରେ ଲେଖିଛନ୍ତି, ‘ଫେବ୍‌ରାଇଟ୍‌ ୱାନ’। ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share