ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ ହେଲେ ଆଥିଆ

ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ ପୁରୁଣା। ଏଭଳି ଅନେକ କ୍ରିକେଟର୍‌ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣଙ୍କ ନାଁ ଯୋଡି ହୋଇଛି। ଗତ ୩ ବର୍ଷ ହେବ ବଲିଉଡ ଷ୍ଟାର ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କୁ ଡେଟ କରୁଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍‌ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ। ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ଆଥିଆ ବୟଫ୍ରେଣ୍ଡ୍‌ କେ.ଏଲ ରାହୁଲଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଫଟୋରେ ଆଥିଆ ସବୁଜ ଶର୍ଟ ଏବଂ ରାହୁଲ ଧଳା ଟି-ଶର୍ଟ ପିନ୍ଧିଛନ୍ତି। ଉଭୟ ହସୁଥିବା ନଜର ଆସିଛନ୍ତି। ଆଥିଆ ଫଟୋ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି- ସବୁଠୁ ପ୍ରିୟ । ଏହା ସହିତ ସହିତ ମାଙ୍କଡ଼ ଇମୋଜି ପୋଷ୍ଟ କରିଥିଲେ।
ରାହୁଲ ଏବଂ ଆଥିଆ ଗତ ବର୍ଷ ସେମାନଙ୍କର ସମ୍ପର୍କକୁ ଅଫିସିଆଲ କରିଥିଲେ। ନିକଟରେ ଉଭୟଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଯାହାକୁ ଆଥିଆ ଖଣ୍ଡନ କରିଥିଲେ।

Share