ଅଭିନେତା ସୁନୀଲ ସେଟ୍ଟୀଙ୍କ ତନୟା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର୍ କେ.ଏଲ ରାହୁଲଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ କାହାକୁ ଅଚପା ନାହିଁ। ଉଭୟ ଦୀର୍ଘଦିନ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। ଏକଥା ସ୍ବୀକାର କରି ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ଉଭୟ ବାର୍ତ୍ତାଳାପ ତାହା ସୂଚନା ଦେଉଛି। ନିକଟରେ ସୋସିଆଲ ମିଡିଆରେ ଆଥିଆ ଫୁଲ ପ୍ରତି ତାଙ୍କର ଭଲପାଇବା ପ୍ରକାଶ କରିଥିଲେ। ଏହା ପରେ କ୍ରିକେଟର ରାହୁଲ ତାଙ୍କର ଇଚ୍ଛା ପୂରଣ କରି ତାଙ୍କୁ ଏକ ଫୁଲ ଇମେଜି ଉପହାର ଦେଇଥିଲେ। ଆଥିଆ ଇନଷ୍ଟାଗ୍ରାମରେ ସୂର୍ଯ୍ୟମୁଖୀ ଫୁଲର ଏକ ପୁଷ୍ପ ଧରି ଏକ ପୋଷ୍ଟ ଶେୟାର କରିଥିଲେ। ସେ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଫୁଲ ମୋତେ ଖୁସି କରେ’ ଏବଂ ରାହୁଲ କାମେଣ୍ଟରେ ତାଙ୍କ ପାଇଁ ଫୁଲଙ୍କ ଇମୋଜି ଣ୍ଶେୟାର କରିଛନ୍ତି। ଗତ ନଭେମ୍ବରରେ, ରାହୁଲ ଆଥିଆଙ୍କ ପାଇଁ ଏକ ସୁନ୍ଦର ଜନ୍ମଦିନ ପୋଷ୍ଟ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଥିଲେ – ‘ଶୁଭ ଜନ୍ମଦିନ ପାଗଳ ଶିଶୁ’। ଗତବର୍ଷ ଆଥିଆ ଏବଂ ରାହୁଲ ଥାଇଲ୍ୟାଣ୍ଡରେ ନିଜ ସାଙ୍ଗମାନଙ୍କ ସହିତ ନୂଆ ବର୍ଷ ଆରମ୍ଭ କରିଥିଲେ।