ରାହୁଲଙ୍କ ଅସ୍ତ୍ରୋପଚାର ସଫଳ

ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଏବେ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ଅଛନ୍ତି। ତାଙ୍କୁ ସହ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଅଛନ୍ତି। ନିକଟରେ ରାହୁଲ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, କିଛି ସପ୍ତାହ କଷ୍ଟସାଧ୍ୟ ଥିଲା କିନ୍ତୁ ଅସ୍ତ୍ରୋପଚାର ସଫଳ ହୋଇଥିଲା। ମୁଁ ସୁସ୍ଥ ହେଉଛି। ଆପଣ ସମସ୍ତଙ୍କର ପ୍ରାର୍ଥନା ପାଇଁ ଧନ୍ୟବାଦ। ଶୀଘ୍ର ଆମର ଦେଖାହେବ। ଆଥିଆ ମଧ୍ୟ ରାହୁଲଙ୍କ ଫଟୋକୁ ଇନଷ୍ଟାଗ୍ରାମର ଷ୍ଟାଟସ୍‌ରେ ଶେୟାର କରି ସ୍ମାଇଲ ଇମୋଜି ଦେଇଛନ୍ତି। ଫଟୋରେ ରାହୁଲ ଏକ ଧଳା ଟି-ଶର୍ଟ ପିନ୍ଧି ଖଟ ଉପରେ ବସି ହସୁ ଥିବା ନଜର ଆସିଛନ୍ତି।
ନିକଟରେ ଦିଲ୍ଲୀ ଟି-୨୦ ପୂର୍ବରୁ କେ.ଏଲ ରାହୁଲ ଅଭ୍ୟାସ ବେଳେ ଆହତ ହୋଇଥିଲେ। ଆଘାତ ଯୋଗୁ ତାଙ୍କୁ ପୂରା ସିରିଜରୁ ବାଦ ଦିଆଯାଇଥିଲା। ଗୋଡରେ ଆଘାତ ଲାଗିଥିବାରୁ ସେ ଜର୍ମାନୀରେ ଅସ୍ତ୍ରୋପଚାର କରିଛନ୍ତି।
ଜର୍ମାନୀ ଯିବା ପୂର୍ବରୁ ଆଥିଆ ଏବଂ କେ.ଏଲ ରାହୁଲଙ୍କୁ ବିମାନବନ୍ଦରରେ ଏକାଠି ଦେଖାଯାଇଥିଲା। ଉଭୟ ଜର୍ମାନୀ ଅଭିମୁଖେ ଯାଉଥିଲେ। ଉଭୟଙ୍କୁ ପ୍ରାୟ ଏକ ମାସ ଜର୍ମାନୀରେ ରହିବାକୁ ପଡିବ। ପ୍ରାୟ ୩ ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି।