Categories: ଜାତୀୟ

ଅତିକଙ୍କ ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠି: ବନ୍ଦ ଲଫାପାରେ ପଠାଯାଉଛି ସିଜେଆଇ-ଯୋଗୀଙ୍କ ପାଖକୁ…

ଲକ୍ଷ୍ନୌ,୧୮।୪ : ମାଫିଆ ଅତିକ ଅହମ୍ମଦଙ୍କ ମୃତ୍ୟୁ ପୂର୍ବର ଚିଠିକୁ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଔ୍ବାଇ. ଚନ୍ଦ୍ରଚୂଡ଼ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନିକଟକୁ ପଠାଯାଉଛି। ଅତିକ ଅହମ୍ମଦଙ୍କ ଓକିଲ ବିଜୟ ମିଶ୍ର ଏହା ନିଶ୍ଚିତ କରିଛନ୍ତି। ମିଶ୍ର କହିଛନ୍ତି ଅତିକ କହିଥିଲେ ଯଦି ତାଙ୍କ ସହ କୌଣସି ଦୁର୍ଘଟଣା ଘଟେ କିମ୍ବା ତାଙ୍କୁ ହତ୍ୟା କରାଯାଏ, ତେବେ ଏକ ବନ୍ଦ ଲଫାପାରେ ଏକ ଚିଠି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ।

ସେ କହିଛନ୍ତି, ସେହି ଚିଠି ମୋ ପାଖରେ ନାହିଁ କିମ୍ବା ଏହା ମୋ ଦ୍ୱାରା ପଠାଯାଉ ନାହିଁ। ସେହି ଚିଠିକୁ ଅନ୍ୟ କେଉଁଠାରେ ରଖାଯାଇଥିଲା ଏବଂ ଅନ୍ୟ କେହି ପଠାଉଛନ୍ତି । ଏହି ଚିଠିରେ କ’ଣ ଲେଖା ଅଛି ସେ ନେଇ ମୋର କୌଣସି ଜ୍ଞାନ ନାହିଁ ।

Share