Categories: ଜାତୀୟ

ମସ୍‌ଜିଦରେ ଜାତୀୟ ସଙ୍ଗୀତକୁ ବିରୋଧ

ଆଗ୍ରା, ୨୦।୮: ମସ୍‌ଜିଦ ପରିସରରେ ଜାତୀୟ ସଙ୍ଗୀତ ଗାନ କରିବା ଇସ୍‌ଲାମ ବିରୋଧୀ ଦର୍ଶାଇଥିଲେ ଆଗ୍ରା ଜାମା ମସ୍‌ଜିଦ୍‌ର ଜଣେ ଖ୍ୟାତନାମା ମୌଲବୀ। ଏଥି ଲାଗି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସ୍ବାଧୀନତା ଦିବସରେ ସ୍ଥାନୀୟ ଭାଜପା ନେତା ଆଶଫାକ୍‌ ସୈଫିଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ ମସ୍‌ଜିଦରେ ପ୍ରବେଶ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହାକୁ ବିରୋଧ କରିଥିବା ଶାହେର ମୁଫତି, ମାଜିଦୁଲ କୁଧୁଶ ଖୁବାଏବ୍‌ ରୁମି(୭୫)ଙ୍କ ବିରୋଧରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଛି। ମସ୍‌ଜିଦ ପରିଚାଳନା କମିଟି ସଦସ୍ୟ ତଥା ସ୍ଥାନୀୟ ନେତା ହାଜି ଅସ୍‌ଲାମ କୁରେଶି ତାଙ୍କ ବିରୋଧରେ ଏତଲା ଦେଇଥିଲେ। ମସ୍‌ଜିଦ ପରିସରରେ ପତାକା ଉତ୍ତୋଳନକୁ ରୁମି ନିନ୍ଦା କରୁଥିବାର ଅଡିଓ କ୍ଲିପ୍‌ ମଧ୍ୟ ପୋଲିସର ହସ୍ତଗତ ହୋଇଛି।

Share